ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

RAIN IN ODISHA

ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

। ପ୍ରଭାନ୍ୟୁଜ ।। ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ହେବାକୁ ଥିବା ଘୂର୍ଣ୍ଣିବଳୟ ୨୪ ବେଳକୁ ଅବପାତର ରୂପ ନେବ  । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  । ତେବେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବକି ନାହିଁ ଦୁଇଦିନ ପରେ ହିଁ ପାଣିପାଗ ବିଭାଗ ସ୍ପଷ୍ଟ ଆକଳନ କରିବ  । ତେବେ କେତେକ ବିଦେଶୀ ମଡେ଼ଲ ବାତ୍ୟା ନେଇ ପୂର୍ବାନୁମାନ କରୁଥିଲେବି ଯେପର୍ଯ୍ୟନ୍ତ ଆଇଏମଡ଼ି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ, ସେପର୍ଯ୍ୟନ୍ତ ତାହାକୁ ଗ୍ରହଣ କରାଯାଇପାରୁନାହିଁ  ।
ଅପରପକ୍ଷରେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି  । ଏହି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ସତର୍କ କରିଦିଆଯାଇଛି  ।