ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ: ମଇଦାନରେ ୩ନୂଆ ମୁଁହ, ଜେଏମଏମକୁ ଅପେକ୍ଷା
ରାଇରଙ୍ଗପୁରରୁ ଖୁଦିରାମ ମହାନ୍ତି
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ଜଲେନ ବାର୍ଦାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତିରିଙ୍ଗ ବ୍ଲକ ଅଞ୍ଚଳର ଜଲେନ ବାର୍ଦା ପୂର୍ବରୁ ତିରିଙ୍ଗ ଜୋନରୁ ଦୁଇଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଥିଲେ । ସେ ଗତ ସେପ୍ଟେମ୍ବର ମାସରେ ବିଜେଡି ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ । ଏବେ ବିଜେପି ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲାର ସମ୍ପାଦକ ଅଛନ୍ତି । ସେହିପରି ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ରାଇସେନ ମୁର୍ମୁ ପୁଲିସ ·କିରିରୁ ଅବ୍ୟାହତି ନେଇ ନୂତନ ଭାବେ ରାଜନୀତି ମୈଦାନରେ ପଦାର୍ପଣ କରିଛନ୍ତି । ତାଙ୍କ ଘର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୋରୁମହିଷାଣୀ ଅଞ୍ଚଳରେ । ସେହିପରି କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଯୋଗେନ୍ଦ୍ର ବାନରା ଜାମଦା ବ୍ଲକ ଅନ୍ତର୍ଗତ ମହୀଶକୁଦର ଗ୍ରାମର ଜଣେ ପୂର୍ବତନ ନୌସେନା କର୍ମ·ରୀ । ଏବେ ସମସ୍ତଙ୍କ ଅପେକ୍ଷା ଜେଏମ ଏମ ଦଳର ପ୍ରାର୍ଥୀ ଘୋଷଣାକୁ । ବିଜେପି ଦଳର ପ୍ରାର୍ଥୀ ଘୋଷଣା ପରେ ରାଇରଙ୍ଗପୁର ବିଧାନସଭା ଅଞ୍ଚଳରେ ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇଉଠିଛି । ବିଜେପି ବିଜେଡି ମଧ୍ୟରେ କଡା ଟକ୍କର ହେଲେ ର୍ନିଣାୟକ ଭୂମିକାରେ ଜେଏମଏମ ଓ କଂଗ୍ରେସ ପ୍ରାର୍ଥୀ ରହିବେ ବୋଲି ଚର୍ଚ୍ଚା ହେଉଛି ।