ପୂର୍ବତନ ସରପଞ୍ଚଙ୍କ ପରଲୋକ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଲାଞ୍ଜି ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଲାଲସିଂ ବାରିକଙ୍କ ସହଧାର୍ମିଣୀ ମହିୟସୀ ମହିଳା କଲ୍ୟାଣୀ ସିଂ ଦେବୀଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । କଲ୍ୟାଣୀ ସିଂ ଦେବୀ ମଧ୍ୟ ଲାଞ୍ଜି ଗ୍ରାମ ପଞ୍ଚାୟତରେ ୨୦୧୨ ମସିହାରୁ ୨୦୧୭ ମସିହା ପ୍ରଯନ୍ତ ସରପଞ୍ଚ ଦାୟିତ୍ୱ ସମ୍ପାଦନ କରିଥିଲେ । ସ୍ୱର୍ଗତ ଲାଲସିଂ ବାରିକ ଲାଞ୍ଜି ଗ୍ରାମ ପଞ୍ଚାୟତରେ ଦୁଇ ଥର ସରପଞ୍ଚ ଥିଲେ । କଲ୍ୟାଣୀ ଦେବୀ ଜଣେ ପରୋପକାରୀ ଶାନ୍ତ ଶିଷ୍ଠ ମହିଳା ଥିଲେ । ତାଙ୍କର ସରପଞ୍ଚ ଥିବା ସମୟରେ ଲାଞ୍ଜି ଗ୍ରାମ ପଂଚାୟତରେ ଅନେକ ଉନ୍ନତି ମୁଳକ କାର୍ଯ୍ୟକ୍ରମ ମାନ ହୋଇଥିଲା । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତିନି ଭାଇ ସଞ୍ଜୟ, ଅଜୟ , ନିର୍ଭୟ ଓ ଦୁଇ ଭଉଣୀ,ତିନିଜଣ ବୋହୁ ନାତି ନାତୁଣୀ ପରିବାର ସମେତ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍ମଶାନରେ ତାଙ୍କର ଦାହ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ସଞ୍ଜୟ ମୁଖାଗ୍ନି ଦେଇଥିଲେ ।