Mansoon is on Halfway

Mansoon is on Halfway


ଭୁବନେଶ୍ୱର: ଏବେବି ମାଲକାନାଗିରିରେ ରହିଛି ମୌସୁମୀ  । ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ ଅନୁକୂଳ ସ୍ଥିତି ଥିଲେବି ଓଡ଼ିଶାର ଅନ୍ୟ ଅଞ୍ଚଳକୁ ତାହା ପ୍ରବାହିତ ହେଉନାହିଁ  । ତେବେ ଦୁଇ ତିନି ଦିନ ମଧ୍ୟରେ ଏହା ଆଗକୁ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  ।
ବିଭାଗର ସୂଚନା ଅନୁଯାୟୀ, ଏବେବି ମାଲକାନାଗିରି ଠାରେ ମୌସୁମୀ ଅଟକି ରହିଛି  । କିନ୍ତୁ ଦୁଇ ତିନି ଦିନ ମଧ୍ୟରେ ଏହା ଓଡ଼ିଶାର ଅନ୍ୟ ଅଞ୍ଚଳ ସମେତ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ଉତ୍ତରପଶ୍ଚିମ ବଙ୍ଗୋପସାଗର, ଗାଙ୍ଗେୟ ପଶ୍ଚିମବଙ୍ଗର ଆଉ କିଛି ଅଞ୍ଚଳ, ବିହାର ଓ ଝାରଖଣ୍ଡକୁ ଅଗ୍ରସର ହେବ  । ସେହିପରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉପକୂଳ ଆନ୍ଧ୍ରପ୍ରଦେଶ ନିକଟରେ ଏବେ ଘୂର୍ଣ୍ଣିବଳୟ ବି ସୃଷ୍ଟିହୋଇଛି  । ଗୋଟିଏ ପଟେ ଓଡ଼ିଶାରେ ବର୍ଷା ସହ ତାତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜରେ ଝଡ଼ବର୍ଷା ସହ ୩୦ରୁ ୪୦ କିମି ବେଗରେ ବତାସ ବହିବ  । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଜପତିରେ ବି ତାତି ପରିଲକ୍ଷିତ ହେବ  । ଅପରପକ୍ଷରେ ଆଜି ନୂଆପଡ଼ାରେ ତାତି ସର୍ବାଧିକ ୪୨.୩ ଡିଗ୍ରୀ ରେକର୍ଡ଼ କରାଯାଇଥିବାବେଳେ ବଲାଙ୍ଗୀରରେ ଦ୍ଭ ୭ ପୃଷ୍ଠାରେ...
ଏବେବି ବାଟରେ...
୪୨.୨, ବାରିପଦାରେ ୪୧.୪, ଟିଟିଲାଗଡ଼ରେ ୪୧, ବୌଦ୍ଧରେ ୪୦.୮, ସୋନପୁରରେ ୪୦.୫, ତାଳଚେରରେ ୩୦ ଡିଗ୍ରୀ ରହିଛି  । ଏହାଛଡ଼ା ଅନୁଗୁଳରେ ୩୯.୭, ଭବାନୀପାଟଣାରେ ୩୯.୬, ଯାଜପୁରରେ ୩୯.୫, ସମ୍ବଲପୁରରେ ୩୮.୯, ପାରଳାଖେମୁଣ୍ଡି ଓ ବରଗଡ଼ରେ ୩୮.୮, ମାଲକାନାଗିରିରେ ୩୮.୭, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ୩୮.୬, ଖୋର୍ଦ୍ଧାରେ ୩୮.୫, ଭଦ୍ରକରେ ୩୮.୩ ଏବଂ ଢେଙ୍କାନାଳ ଓ ନୟାଗଡ଼ରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରହିଛି  ।