ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ 

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ଦୁଇ ଦିନିଆ ସମାରୋହ ଭୁବନେଶ୍ୱରସ୍ଥିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି  । ଏହି  ହାକାଥନ୍ ରାଜ୍ୟ ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟ, ଭୁବନେଶ୍ୱର, ଓସେପା ଓ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱ ବିଦ୍ୟାଳୟ (ଓୟୁଟିଆର୍) ମିଳିତ ଆନୁକୁଲ୍ୟରେ ଷ୍ଟାରସ୍ ପ୍ରୋଗ୍ରାମ ଅଧୀନରେ ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ  ୧୨୬ ଜଣ କୃତି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ହାକାଥନରୁ ରାଜ୍ୟ ସ୍ତରୀୟ ହାକାଥନକୁ ମନୋନୀତ ହୋଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି  । ଏମାନଙ୍କୁ ୫୬ ଜଣ ଶିକ୍ଷକଶିକ୍ଷୟିତ୍ରୀ  ସହଯୋଗ କରୁଛନ୍ତି । ଉଦଘାଟନୀ ଉସôବରେ ଯୋଗ ଦେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ନିଦେ୍ର୍ଦଶକ ରଘୁରାମ ଆୟର ଓଡିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ଉପରେ ଆଲୋକପାତ କରି କହିଥିଲେ ଯେ ଏହି ରାଜ୍ୟ ସ୍ତରୀୟ ହାକାଥନର ଆରମ୍ଭ ପ୍ରକ୍ରିୟା ୨୦୨୩ ନଭେମ୍ବର ଓ ଡିସେମ୍ବରରୁ ଆରମ୍ଭ ହୋଇ, ବିଦ୍ୟାଳୟ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆଜି ୮୪ଟି ପ୍ରୋଜେକ୍ଟକୁ ଅନୁମୋଦନ କରାଯାଇଛି  । ଶ୍ରୀ ଆୟର ଏହାକୁ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ବର୍ଣ୍ଣନା କରି ଏହା ଯୁବ ପ୍ରତିଭା ମାନଙ୍କର ସୃଜନାତ୍ମକ କାର୍ଯ୍ୟ ଦ୍ୱାରା ସମାଜ କଲ୍ୟାଣ ହେବା କଥା କହିଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଏହି ସମାରୋହରେ ଯୋଗ ଦେଇ ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବୃହତ୍ ପ୍ଲାଟଫର୍ମ ଯାହାକି ସାମାଜିକ କଲ୍ୟାଣ ଓ ସମାଜର ରପାନ୍ତରୀକରଣ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟର ସମସ୍ତ ପଦସ୍ତ ଅଧିକାରୀ ଏବଂ କର୍ମଚାରୀ, ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା ତଥା ସମସ୍ତ ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ । ଶେଷରେ ବିଶ୍ୱ ବିଦ୍ୟାଳୟ କୁଳସଚିବ ରେଣୁପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।