ଡମ୍ପିଂୟାର୍ଡରେ ୟୁନିଫର୍ମ
କୋରାପୁଟ: ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ, ବ୍ୟାଗ୍ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡର୍ମ୍ପିଂୟାର୍ଡରେ ଫିଙ୍ଗାଯାଉଛି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡ଼ାରେ। ବୈପାରୀଗୁଡ଼ାଠାରୁ ୨ କିମି ଦୂରରେ ଥିବା ଏକ ଡମ୍ପିଂୟାର୍ଡରେ ସ୍କୁଲ ଓ ଅଙ୍ଗନଓ୍ବାଡି ପିଲାଙ୍କ ଲକ୍ଷାଧିକ ଟଙ୍କାର ୟୁନିଫର୍ମ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏସବୁ ପିଲାମାନଙ୍କୁ ନ ବାଣ୍ଟି କିଏ କାହିଁକି କେଉଁ ଉଦ୍ଦେଶ୍ୟରେ ଫିଙ୍ଗିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।