୬ ଜିଲ୍ଲା ଦାୟିତ୍ୱରେ ୬ ଆଇଏଏସ
cyclone update

ରାଜ୍ୟ ସରକାର ୬ ଆଇଏଏସଙ୍କୁ ୬ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଆଇଏଏସ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ବଳବନ୍ତ ସିଂଙ୍କୁ ପୁରୀ ଓ ଭୀନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ ଦାୟିତ୍ୱ ଦିଆଯାଇଛି । ସେହିପରି ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ମିଳିଛି । ଏହି ଆଇଏଏସ ଅଫିସରମାନେ ପୂର୍ବରୁ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ଥିଲେ । ଜିଲ୍ଲା ବିଷୟରେ ଅଭିଜ୍ଞତା ଥିବାରୁ ଜିଲ୍ଲା ପ୍ରଶାସନଙ୍କୁ ସେମାନେ ଆବଶ୍ୟକୀୟ ପରାମର୍ଶ ଦେବେ ।