କୁମ୍ଭକର୍ଣ୍ଣ ନିଦ୍ରାରେ ଜାତୀୟ ରାଜପଥ ପ୍ରାଧିକରଣ

 ଜାତୀୟ ରାଜପଥ ପ୍ରାଧିକରଣଙ୍କ ତରଫରୁ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ କାର୍ଯ୍ୟ ବହୁ ଦିନରୁ ଶେଷ ହୋଇଛି  । ଏହାକୁ ୬ ଲେନ ବିଶିଷ୍ଟ କାଯ୍ୟ ମଧ୍ୟ କରାଯାଇସାରିଛି  । କିନ୍ତୁ ଚାନ୍ଦପୁର ଥାନାର ବୃନ୍ଦବନବିହାରୀପୁର ଠାରୁ ଟାଙ୍ଗୀ ପଞ୍ଚାୟତର ପଥରବନ୍ଧ ଗ୍ରାମ ପର୍ଯ୍ୟନ୍ତ ଓ ଟାଙ୍ଗୀ ବଡପାରୀ ଭୂତଳ ରାସ୍ତା ନିକଟରେ ମଧ୍ୟ ଏହି ୬ ଲେନ କାର୍ଯ୍ୟ କରାନଯିବା ଫଳରେ ଯାତ୍ରୀମାନେ ଏହି ୬ ଲେନ ବିଶିଷ୍ଟ ସର୍ଭିସ ରୋଡ ନିର୍ମିତ ହୋଇନଥିବାରୁ ବହୁ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି  । ଏହି କାର୍ଯ୍ୟ ପ୍ରାୟ ସାତ ଆଠ ବର୍ଷ ପୂବରୁ ଶେଷ ହୋଇଥିଲେ ମଧ୍ୟ ଏହି ଅଧାପନ୍ତରିଆ କାର୍ଯ୍ୟ କରାନଯାଇ ଜାତୀୟ ରାଜପଥ ପ୍ରାଧୁକରଣ କୁମ୍ଭକଣ୍ଠ ନିଦ୍ରାରେ ଶୋଇ ଯାଇଥିବା ସାଧାରଣରୁ ଅଭିଯୋଗ ହେଉଛି  । ତୁରନ୍ତ ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।