ବରପୁତ୍ରମାନେ ଆମ ପାଇଁ ସର୍ବଦା ପ୍ରେରଣା ହୋଇ ରହିବେ: ମନମୋହନ
ଭୁବନେଶ୍ୱର: ଆଜି ହେଉଛି ମହାନ ଅଗଷ୍ଟ କ୍ରାନ୍ତି ଦିବସ । ଦେଶର ସ୍ୱାଧୀନତା ପ୍ରାପ୍ତି ପ୍ରସଙ୍ଗରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ସବୁଦିନ ସ୍ମରଣୀୟ ହୋଇ ରହିବ । ଦେଶ ପାଇଁ ସର୍ବେଚ୍ଚ ବଳିଦାନ ଦେଇଥିବା ବୀର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ସେମାନଙ୍କଠାରୁ ପ୍ରେରଣା ନେବାର ଦିନ ହେଉଛି ଅଗଷ୍ଟ ୯ କ୍ରାନ୍ତି ଦିବସ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଭାରତ ଛାଡ ଆନେ୍ଦାଳନରେ ଦେଶବାସୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶାରେ ମଧ୍ୟ ଏହି ଆନେ୍ଦାଳନର ପ୍ରଭାବ ପଡିଥିଲା । ଉକôଳମଣି ଗୋପବନ୍ଧୁ ଦାସ, ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀ, ହରେକୃଷ୍ଣ ମହତାବ, ଆଚାର୍ଯ୍ୟ ହରିହର, ଲକ୍ଷ୍ମଣ ନାୟକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କୁ ଚରମ ବଳିଦାନ ଦେବାକୁ ପଡିଥିଲା । ଆଜିର ପିଢି ଏହି ସଂଗ୍ରାମରୁ ଶିକ୍ଷା ଲାଭ କରି ଦେଶ ତଥା ରାଜ୍ୟର ଐତିହ୍ୟ, ସଂସ୍କୃତି, ଭାଷା, ପରଂପରା ଓ ସ୍ୱାଭୀମାନକୁ ସୁରକ୍ଷା ଦେବା ପ୍ରାଥମିକତା ଦେବା ଆବଶ୍ୟକ । ଦେଶ ପାଇଁ ସର୍ବୋଚ୍ଚÿ ବଳିଦାନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନେ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇରହିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଓଡିଶାରେ ଭାଷା, ପର୍ଯ୍ୟଟନ, ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, କୃଷି ସମ୍ପଦ, ମାନବ ସମ୍ପଦ ଭରପୁର ରହିଛି ଓ ଏହାର ସଦୁପଯୋଗ କରାଯାଇ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି ।