୨ ଅଙ୍ଗନବାଡି କର୍ମୀ ନିଲମ୍ବିତ, ପିଲାଙ୍କୁ ଅଣ୍ଡା ଦେଲେ, ଭିଡିଓ ରେକର୍ଡିଂ ପରେ ଛଡ଼ାଇ ନେଲେ

ଧାଡ଼ି ହୋଇ ପ୍ଲେଟ୍‌ ଧରି ଖାଇବାକୁ ବସିଥିଲେ ପିଲା। ଚାଲିଥିଲା ଭିଡିଓ ରେକର୍ଡିଂ। ପିଲାଙ୍କ ପ୍ଲେଟ୍‌ରେ ଅଣ୍ଡା ପରସି ଦେଲେ ଅଙ୍ଗନବାଡି ଦିଦି। ତେବେ ଭିଡିଓ ରେକର୍ଡିଂ ସରୁ ସରୁ ଅଙ୍ଗାନବାଡି ଦିଦି ପିଲାଙ୍କ ପ୍ଲେଟ୍‌ରୁ ଫେରାଇ ନେଲେ ଅଣ୍ଡା। ଏଭଳି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କର୍ଣ୍ଣାଟକର କୋପାଲ ଜିଲ୍ଲା। ଏଠାର ଏକ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଙ୍ଗନବାଡି ଦିଦି ଅଣ୍ଡା ପରିସିଥିଲେ। ଏହି ସମୟରେ ଭିଡିଓ ରେକର୍ଡିଂ ହୋଇଥିଲା। ତେବେ ଭିଡିଓ ରେକର୍ଡିଂ ବନ୍ଦ ହେବା ପରେ ଅଙ୍ଗନବାଡି କର୍ମୀ ପିଲାଙ୍କ ଥାଳିରୁ ଅଣ୍ଡା ଛଡାଇ ଆଣିଥିବା ଅଭିଯୋଗ ହୋଇଛି।

ଭିଡିଓ ଭାଇରାଲ ହେବା ପରେ ଦୁଇ ଅଙ୍ଗନବାଡି କର୍ମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲକ୍ଷ୍ମୀ ଓ ଶାଇନାଜ ବେଗମ୍‌ଙ୍କୁ ନିଲମ୍ବିତ କରାଯାଇଛି। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଗୁଣ୍ଡୁର ଗାଁର ସ୍କୁଲ କର୍ମଚାରୀ ତଥା ଅଙ୍ଗନବାଡିକର୍ମୀଙ୍କୁ କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି କରିଛନ୍ତି।