ବାର୍ଡ ଫ୍ଲୁ ସଂକ୍ରମଣ ଓ ପଦକ୍ଷେପ ସଂପର୍କରେ ସମୀକ୍ଷା

ବାର୍ଡ ଫ୍ଲୁ ସଂକ୍ରମଣ ଓ ପଦକ୍ଷେପ ସଂପର୍କରେ ସମୀକ୍ଷା


ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ରୋଗ ଜନିତ ବର୍ତ୍ତମାନର ସ୍ଥିତି ଏବଂ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା, ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ଅଳକା ଉପାଧ୍ୟାୟ, ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ମସô୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ପୁରୀ, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ  । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର ଚାରିଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି  । ଭାରତ ସରକାରଙ୍କ ନିଦେ୍ର୍ଦଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଏବଂ ନିରାକରଣ କାର୍ଯ୍ୟକ୍ରମ ଚାଲୁଅଛି । ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ାଗୁଡିକୁ ମରାଯାଇସାରିଥିବା ସ୍ଥଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି  । ରୋଗ ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ ଅନୁଯାୟୀ ରାଜ୍ୟରେ ଥିବା ପ୍ରମୁଖ ଜଳ ଉସô ଏବଂ ପୂର୍ବରୁ ବାର୍ଡ ଫ୍ଲୁ ହୋଇଥିବା ଜିଲ୍ଲାମାନଙ୍କରେ ନମୁନା ସଂଗ୍ରହ ପ୍ରକ୍ରିୟା ତଥା ରୋଗର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି  । ପରବର୍ତ୍ତୀ ତଦାରଖ ପାଇଁ ଏକ କେନ୍ଦ୍ରୀୟ ଦଳ ଖୁବଶୀଘ୍ର ରାଜ୍ୟକୁ ଆସନ୍ତା ୪ ଓ ୫ ତାରିଖ(ସେପ୍ଟେମ୍ବର)ରେ ପରିଦର୍ଶନ କରିବେ  । ଓଡିଶା ସରକାରଙ୍କ ଦ୍ୱାରା କ୍ଷତିଗ୍ରସ୍ତ କୁକୁଡା ଚାଷୀମାନଙ୍କୁ ଦିଆଯାଉଥିବା ତକôାଳ କ୍ଷତି ପୂରଣ ପ୍ରକ୍ରିୟାକୁ ଭାରତ ସରକାରଙ୍କ ଦ୍ୱାରା ପ୍ରଶଂସା କରାଯାଇଛି  ।