ଶିମିଳିପାଳକୁ ଆସିବ ଆଉ ଏକ ମହାବଳ

ଶିମିଳିପାଳକୁ ଆସିବ ଆଉ ଏକ ମହାବଳ


ଭୁବନେଶ୍ୱର: ଶିମିଳିପାଳକୁ ଆସିବ ଆସିବ ଆଉ ଏକ ମହାବଳ । ଏଥିପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଛି । ସେମାନେ ତଡବା ଜଙ୍ଗଲରେ ରହି ମହାବଳର ଅନୁଧ୍ୟାନ କରିବେ । ଆସନ୍ତା ସପ୍ତାହରେ ମହାବଳ ବାଘୁଣୀକୁ ଶିମିଳିପାଳ ଅଣାଯିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ । ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡା ଯାଇଥିଲା । କିଛି ଦିନ ତଳେ ବାରହା ଶିକାର କରି ଖାଇଥିଲା ଯମୁନା । ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ । ତେବେ ଜେନେଟିକ୍‌ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।