୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

KEDNUJHAR TOUR

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

।। ପ୍ରଭାନ୍ୟୁଜ ।। କେନ୍ଦୁଝର, ୧୧ା୧୦:  ଅକ୍ଟୋବର ୧୨ ତାରିଖ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି  ।  

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୧୨ ତାରିଖ ଶନିବାର ଅପରାହ୍ନ ୩ଟା ୫୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ଅପରାହ୍ନ ୪ଟାରେ ସୁପରକିଙ୍ଗ ଏୟାର ସି ୯୦ ଜିଟି ଭିଟି ଚାର୍ଟାର ପ୍ଲେନ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ  । ଅପରାହ୍ନ ୪ଟା ୩୫ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରେ ପହଁଚିବେ । ୪ଟା ୪୫ରେ ସେଠାରୁ ସଡକ ପଥରେ ବାହାରି ୫ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଁଚିବାର କାର୍ଯ୍ୟକ୍ରମ ରହିଛି  । ୫ଟା ୪୫ରେ ସର୍କିଟ ହାଉସରୁ ବାହାରି ସନ୍ଧ୍ୟା ୬ଟାରେ ବାଁପାରସ୍ଥିତ ସାଇ ମନ୍ଦିର ଯିବେ । ସେଠାରୁ ୬ଟା ୨୦ରେ ବାହାରି ୬ଟା ୩୦ରେ ନିଉ କଲୋନୀସ୍ଥିତ ଦୁର୍ଗାମଣ୍ଡପରେ ଅନୁଷ୍ଠିତ ଦୁର୍ଗାପୂଜାରେ ଯୋଗଦେବେ । 

ସେହିପରି ୬ଟା ୫୦ରେ ସେଠାରୁ ବାହାରି ଟେଲିଫୋନ ଏକ୍ସଚେଞ୍ଜ ଛକ ଦୁର୍ଗାପୂଜା ମଣ୍ଡପରେ ୭ଟାରେ ପହଞ୍ଚିବେ । ୭ଟା ୩୦ରୁ ସେଠାରୁ ବାହାରି ୭ଟା ୪୦ ମିନିଟରେ ଗୁଜୁରାଟୀ ସମାଜ ପକ୍ଷରୁ ନବରାତ୍ରୀ ଉତ୍ସବ-୨୦୨୪ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ  । ସେଠାରୁ ୯ଟା ୩୦ରେ ଆସି ୯ଟା ୪୫ରେ ସର୍କିଟ ହାଉସରେ ପହଁଚି ସେଠାରେ ରାତ୍ରିରହଣୀ କରିବେ  ।

୧୩ ତାରିଖ ରବିବାର ସକାଳ ୮ଟାରେ ସର୍କିଟ ହାଉସରୁ ବାହାରି ସଡକ ପଥରେ ୮ଟା ୩୦ରେ ରାଇକଳାସ୍ଥିତ ନିଜ ଘରେ ପହଁଚିବେ  । ୮ଟା ୩୦ ରୁ ୧୨ଟା ୫ ପର୍ଯ୍ୟନ୍ତ ସେଠାରେ ରହିବେ । ୧୨ଟା ୫ରେ ସେଠାରୁ ବାହାରି ୧୨ଟା ୩୦ରେ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଁଚିବେ । ସେଠାରେ ୧୨ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିବେ । ୩ଟାରେ ସେଠାରୁ ବାହାରି ସୁନାରିପଶି ଦୁର୍ଗାପୂଜା ମଣ୍ଡପରେ ୩ଟା ୩୦ରେ ପହଁଚିବେ । ସେଠାରେ ୩ଟା ୩୦ ରୁ ୪ଟା ୧୦ ପର୍ଯ୍ୟନ୍ତ ରହିବେ । ୪ଟା ୧୦ରେ ସେଠାରୁ ବାହାରି ୪ଟା ୩୦ରେ ଉଖୁଣ୍ଡା ଦୁର୍ଗାପୂଜା ମଣ୍ଡପରେ ପହଁଚିବେ । ସେଠାରେ ୪ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ରହିବା ପରେ ସନ୍ଧ୍ୟା ୬ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଁଚି ରାତ୍ରୀରହଣୀ କରିବେ । ୧୪ ତାରିଖ ସୋମବାର ୧୨ଟା ୫ରେ ସର୍କିଟ ହାଉସରୁ ବାହାରି ୧୨ଟା ୨୦ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଁଚିବେ । ୧୨ଟା ୩୦ରେ ରାଇସୁଆଁ ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ବାହାରି ୧ଟା ୫ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବେ  । ୧ଟା ୧୫ରେ ସେଠାରୁ ବାହାରି ୧ଟା ୨୫ରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଚିବେ । ସୂଚନା ଥାଉକି, ନବମୀ ଏବଂ ଦଶମୀରେ ଦୂର୍ଗା ପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହି ନିମନ୍ତ୍ରଣ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବେ ।