୧୭ ବର୍ଷ ରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

୧୭ ବର୍ଷ ରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

 

ରାଜକନିକା ଆର. ଏନ୍ ହାଇସ୍କୁଲ ମିନି ଷ୍ଟାଡିଅମ ରେ ଚାଲିଥିବା ୧୭ ବର୍ଷ ରୁ କମ (ବାଳକ ଓ ବାଳିକା ) କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍ ଯାପିତ ହୋଇଯାଇଛି | ଉଦଯାପନୀ ଖେଳରେ ରାଜକନିକା ଟାଇବ୍ରେକର ମାଧ୍ୟମରେ କେନ୍ଦ୍ରାପଡ଼ା କୁ ହରାଇ ଚମ୍ପିୟାନ ହୋଇଛି | ଏହି ପ୍ରତିଯୋଗିତା ରେ ଜିଲ୍ଲା ର ବାଳକ ବିଭାଗ ରେ ରାଜକନିକା,ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମହାକାଳପଡ଼ା, ଗରଦପୁର, ମାର୍ଶାଘାଇ, ଡେରାବିଶ ଆଦି ୮ ଟି ବ୍ଲକ ର ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ | ସେହିପରି ବାଳିକା ବିଭାଗ ରେ ରାଜକନିକା ଓ ଆଳି ଫୁଟବଲ ଟିମ ଭାଗ ନେଇଥିଲେ | ଆର. ଏନ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତଥା କେନ୍ଦ୍ରାପଡ଼ା ବିଇଓ କୈଳାସ ଚନ୍ଦ୍ର ଦଳାଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଡେରାବିଶ ବ୍ଲକ ବିଇଓ ଶ୍ରୀକାନ୍ତ ବେହେରା, ମୁଖ୍ୟଵକ୍ତା ଭାବେ ରାଜକନିକା ଓ ଆଳି ବିଇଓ ନଳିନୀ ରଞ୍ଜନ ରାଉତରାୟ ଏବଂ ସମ୍ମାନିତ ଅତିଥି ଭାବେ ରାଜକନିକା ନୋଡାଲ ପ୍ରଧାନ ଶିକ୍ଷକ ଧର୍ମଜ୍ୟୋତି ରାଉତ, ବିଆରସିସି କୈଳାସ ଚନ୍ଦ୍ର ସାହୁ ଓ ସିଆରସିସି ଖଗେଶ୍ୱର ପଢିହାରୀ ପ୍ରମୁଖ ଯୋଗଦେଇ ଏହି କ୍ରୀଡ଼ାକୁ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଡିପିଇଓ ସ୍ମିତା ପ୍ରତିଭା ସାହୁ ସଭାର ଉଦ୍ଦେଶ୍ୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଆର. ଏନ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଶ୍ୱିନୀ ବେହୁରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମହାକାଳପଡ଼ା ଜୋନ ସମ୍ପାଦକ ବ୍ୟାସଦେବ ଵେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ | ରାଜକନିକା ବ୍ଲକ ଜୋନ ସମ୍ପାଦକ ଅରୁଣ କୁମାର ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ |