ବିରାଟକାୟ ଅଜଗରକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ବିରାଟକାୟ ଅଜଗରକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ପ୍ରୟାଗରାଜ କର : ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଅଜଗରଟିର ଲମ୍ବ ୧୦ଫୁଟରୁ ଊଦ୍ଧର୍‌ବ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଜଗରକୁ ମାରି ଘୋଷାଡ଼ି ନେଉଥିବା ବ୍ୟକ୍ତିଙ୍କ ହାତରେ ଏକ ମାରଣାସ୍ତ୍ର ରହିଛି। ଅନ୍ୟମାନେ ମୃତ ସାପ ଉପରେ ଚଢ଼ି ମାଡ଼ି ଯାଉଥିବା ଦେଖାଯାଇଛି। ଲୋକମାନେ ଅଜଗରକୁ କାହିଁକି ମାରିଲେ ଓ ତାହାକୁ ନେଇ କ’ଣ କଲେ ସେ ନେଇ ବନବିଭାଗ ପାଖରେ ଖବର ରହିଛି କି ନାହିଁ ଜଣାପଡୁନାହିଁ । ବିଲୁପ୍ତପ୍ରାୟ ବନପ୍ରାଣୀ ପ୍ରଜାତି-୧ ବର୍ଗରେ ଆସୁଥିବା ଏହି ସାପକୁ ଏଭଳି ମାରିବା ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ହେଁ, ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାର ଜନସାଧାରଣ ସଚେତନ ନୁହନ୍ତି। ତେବେ ମୟୂରଭଞ୍ଜ ଜିଲାରେ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ହତ୍ୟା ଘଟଣା ବାରମ୍ବାର ଘଟୁଥିବା ବେଳେ ଏନେଇ ବ୍ୟାପକ ଜନସଚେତନତା ଜରୁରୀ ବୋଲି ମତପ୍ରକାଶ ପାଇଛି ।