ଦିବ୍ୟାଙ୍ଗଙ୍କୁ ମିଳୁନି ପ୍ରମାଣ ପତ୍ର
ଆସିକା : ଆସିକା ବ୍ଲକ ଏନଏସିର ସମସ୍ତ ଦିବ୍ୟାଙ୍ଗ ଭାଇ ଓ ଭଉଣୀଙ୍କ ପାଇଁ ଗୋଟିଏ ସ୍ଥାନରେ ସରକାରଙ୍କ ପ୍ରଦତ୍ତ ସମସ୍ତ ଯୋଜନା ଉପକୃତ ହେବା ନେଇ ଆସିକା ଟେକ୍ନିକାଲ ହାଇସ୍କୁଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଗତ ଡିସେମ୍ବର ୩୦ ତାରିଖରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟିକା ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ, ବ୍ଲକ ଅଧକ୍ଷା, ବିଡ଼ିଓ, ସିଡ଼ିପିଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିରରେ ମେଡ଼ିସିନ ବିଶେଷଜ୍ଞ ଅସ୍ତି ସଲ୍ୟ ଚିକିତ୍ସକ ଚକ୍ଷୁ ବିଶେଷଜ୍ଞ, କର୍ଣ୍ଣ ଓ ନାସା ବିଶେଷଜ୍ଞ, ମାନସିକ ବିଶେଷଜ୍ଞ ପ୍ରମୁଖ ଚିକିତ୍ସା କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ବୌଦ୍ଧିକ ଅକ୍ଷମତା ୧୮ ଜଣ, ଶ୍ରବଣ ବାଧିତ ୬୦, ଦୃଷ୍ଟି ବାଧିତ ୫୮, ଚଳନ ବାଧିତ ୨୭୪ ସମେତ ମୋଟ ୪୧୦ ଜଣ ପଞ୍ଜିକରଣ କରିଥିଲେ । ସେହିଭଳି ନୂତନ ଭାବେ ବୌଦ୍ଧିକ ଅକ୍ଷମତା ନିମନ୍ତେ ୪ ଜଣ, ଦୃଷ୍ଟି ବାଧିତ ନିମନ୍ତେ ୧୯ ଜଣ, ଶ୍ରବଣ ବାଧିତ ସକାଶେ ୨୬ ଜଣ, ଚଳନ ବାଧିତ ଓ ପକ୍ଷାଘାତ ପାଇଁ ମୋଟ ୩୧ ଜଣ ଆବେଦନ କରିଥିଲେ । ଏଥି ସହିତ ଭିନ୍ନକ୍ଷମ ଶୌ·ଳୟ ପାଇଁ ୧୦, ଡିଆରଆଇ ଋଣ ପାଇଁ ୧୫, ରାସନକାର୍ଡ ସକାଶେ ୧୧ ଜଣ, ଆବାସ ଘର ପାଇଁ ୪୦ ଓ ଆୟ, ଜାତିଗତ ପ୍ରମାଣ ପତ୍ର ସକାଶେ ୨୧ ଜଣ ଦରଖାସ୍ତ କରିଥିଲେ ।
ଦୀର୍ଘ ତିନିମାସ ହେଲା ଅନେକ ଦିବ୍ୟାଙ୍ଗ ଶିଶୁ ଓ ଅନେକ ପୁରୁଷ ମହିଳା ମାନେ ଭିନ୍ନକ୍ଷମ ପାଇଁ ନୂତନ ପିକରଣ କରିବା ବା ପିକରଣ କୁ ସମୟ ସୀମା ବଢାଇବା ପାଇଁ ଅ ।ବେଦନ କରିଥିଲେ କ୍ଷ ହେଲେ ଦୀର୍ଘ ଦିନ ହେଲା ହିତାଧିକାରୀଙ୍କ ପ୍ରମାଣ ପତ୍ର ହୋଇଯାଇଥିବା ନିମନ୍ତେ ଜନସେବା କେନ୍ଦ୍ରକୁ ଧାଇଁ ଧାଇଁ ବହୁ ହଇରାଣ ହରକତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା ହେତୁ ଅନେକ ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି । ସାଟିଫିକେଟ ଅନ ଲାଇନରେ ଆସିନଥିବା ସମ୍ପର୍କରେ ବ୍ଲକ ସାମାଜିକ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ପ·ରିବାରୁ ଆମେ ବୁଝିକରି କହୁଛୁ କହି କଥାକୁ ଏଡାଇ ଦେଇଛନ୍ତି । ଜିଲ୍ଲାପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।