ଋଷିକୂଲ୍ୟାରେ ବୋଇତ ଭସାଣ
ଆସିକା : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ଋଷିକୂଲ୍ୟା ନଦୀ ଏବଂ ବଡନଦୀର ସଙ୍ଗମ ସ୍ଥଳରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିସିଆଳି ମାନେ ପୂଜାର୍ଚ୍ଚନା କରିଥିଲେ । ମାସ ତାମମ ଯେଉଁ ମହିଳାମାନେ କାର୍ତ୍ତିକ ପାଳୁଥିଲେ ସେହି ପୂଜା ସମ୍ପର୍ଣ୍ଣ ହୋଇଛି । ସେହିଭଳି ଉକôଳର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ପରମ୍ପରାକୁ ମନେ ପକାଇ ଆଜିର ଦିନରେ ଲୋକମାନେ ବିଶେଷ ପୂଜାର୍ଚ୍ଚନା ସହ ବୋଇତକୁ ବନ୍ଦାପନା କରି ନଦୀ କିମ୍ବା ପୋଖରୀ ଜଳରେ ବୋଇତ ଭସାଇଥାନ୍ତି । ବୋଇତ ଭସାଣି ପାଇଁ ଗଞ୍ଜାମ ଜିଲ୍ଲା ଆସିକା ପୂର୍ଣ୍ୟତୟା ଋଷିକୁଲ୍ୟା ନଦୀ ଓ ଏହାର ସଙ୍ଗମ ସ୍ଥଳଟି ଚଳଚଞ୍ଚଳ ହୋଇଥିଲା । ଏଠାରେ ବୋଇତ ଭସେଇବା ପାଇଁ ହଜାର ହଜାର ସଂଖ୍ୟାର ମହିଳା ଓ ପୁରୁଷ ମାନଙ୍କ ଭିଡଥିଲା । ଯେଉଁ ମହିଳା ମାନେ କାର୍ତ୍ତିକ ପାଳନ କରୁଥିଲେ ସେମାନେ ବାଲୁକା ପୂଜା, ତୁଳସୀ ପୂଜା ସହ ବୋଇତ ବନ୍ଦାଣ କରି ପିତୃପୁରୁଷକୁ ଜଳ ତର୍ପଣ ଦେଇ ନଦୀରେ ବୋଇତ ଭସେଇ ଥିବା ଦେଖିବାକୁ ମିଳିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧବ ପୁଅମାନେ ବ୍ୟବସାୟ ପାଇଁ ବିଦେଶ ଯିବା ନିମନ୍ତେ ବୋଇତ ଯାତ୍ରାର ଶୁଭାରମ୍ଭ କରାଯାଉଥିଲା ଏବଂ ତାଙ୍କର ସମୃଦ୍ଧି ଓ ସଫଳତା ନିମନ୍ତେ ବୋଇତ ବନ୍ଦାଣ ହେଉଥିଲା । ସାଧବ ମାନଙ୍କର ଏହି ଗୌରବମୟ ଗାଥାକୁ ସ୍ମରଣୀୟ କରିବାକୁ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ବୋଇତ ବନ୍ଦାଣ ଉସôବ ଆଜିବି ପାଳିତ ହୁଏ । ହାଜର ହଜାର ବର୍ଷ ଧରି ଉକôଳୀୟ ଗର୍ବ ଓ ଗୌରବର ବାର୍ତ୍ତା ବହନ କରି ଆସୁଥିବା ସାଧବ ବଣିକ ମାନଙ୍କ ନୌବାଣିଜ୍ୟ ଗାଥାକୁ ସ୍ମରଣୀୟ ରଖିବାକୁ ଆଜିବି ବୋଇତ ବନ୍ଦାଣ ଉସôବ ପାଳନ କରା ଯାଉଥିବା ବେଳେ ଏହି ପର୍ବ ଉକôଳୀୟ ସଂସ୍କୃତି ଓ ପରମ୍ପରାକୁ ଲୋକ ମାନଙ୍କ ମନରେ ଆଜିବି ଉଜ୍ଜୀବିତ ରଖିଛି ।