ମହାଗୌରୀ ରୂପେ ପୂଜା ପାଇଲେ ମା' ଖମ୍ବେଶ୍ୱରୀ

ମହାଗୌରୀ ରୂପେ ପୂଜା ପାଇଲେ ମା' ଖମ୍ବେଶ୍ୱରୀ

ାା ପ୍ରଭାନୁ୍ୟଜ୍ ।ା ଆସିକା: ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ନବରାତ୍ର ପୂଜାର ଅଷ୍ଟମୀ ତିଥିରେ ମା'ଙ୍କୁ  ମହାଗୌରୀ ରୂପେ ପୂଜା କରାଯାଇଛି । ନବଦିନାତ୍ମକ ପୂଜାର ଅଷ୍ଟମୀ ତିଥିରେ ଦିନ ତାମମ ପୂଜାପାଠ, ହୋମଯଜ୍ଞ, ଅନ୍ନଯଜ୍ଞ ଓ  ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା ।ପ୍ରାତଃ କାଳରୁ ଦେବୀଙ୍କ ଦ୍ୱାର ଫିଟାନୀତି, ସ୍ନାନବିଧି ପରେ ମାଡଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ନୀତି ଭୋଗ ପରେ ପହାଡ଼ ଏବଂ ସନ୍ଧ୍ୟାରେ ମାଙ୍କୁ ସୁନାବେଶ କରାଯାଇଥିଲା । ସନ୍ଧ୍ୟା ଆଳତି ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।ଭକ୍ତମାନେ ନିଜର ମନସ୍କାମନା ପୂର୍ଣ ପାଇଁ ଅଖଣ୍ଡଦୀପ ମାଙ୍କ ପୀଠରେ ପ୍ରଜ୍ୱଳନ କରିଛନ୍ତି କ୍ଷ ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ଚଣ୍ଡୀ ପାଠ, ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥୀ ପ୍ରଚାରକ ଦାଇତ୍ୱ ତୁଲାଇଥିଲେ ସନ୍ତୋଷ ତ୍ରିପାଠୀ । ସକାଳୁ ସୂର୍ଯ୍ୟପୂଜା, ଶାଲାପୁଜା, ଘଟପୁଜା, ଗ୍ରହମଣ୍ଡଳ ପୂଜା, ନୈବେଦ୍ୟ ସଂସ୍କାର, ଷୋଡଶ ଉପଚାରରେ ପୂଜା, ବିଲ୍ୱପତ୍ର ସହସ୍ରା ଅର୍ଚ୍ଚନ, ହୋମ, ଯଜ୍ଞର ଅୟୋଜନ ହୋଇଥିଲା । ମଧ୍ୟ ରାତ୍ରରେ ସନ୍ଧି ପୂଜା ସମ୍ପର୍ଣ୍ଣ ପରେ ମାଙ୍କୁ ସହସ୍ରାଆଳତୀ କରାଯିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା । ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ, ସଦସ୍ୟ ମନୋଜ ମୁନୀ, ସଚିଦାନଦ ଖଟ୍ଟାଇ, ଅର୍ଚକ ବୃନ୍ଦ, ଗ୍ରାମବାସୀଙ୍କ ସହଯୋଗରେ ପୂଜାର୍ଚ୍ଚନା ଚାଲିଥିଲା । ସେହିଭଳି  ଆସିକା ର ଶ୍ୟାମାକାଳୀ ମନ୍ଦିର, ଦଣ୍ଡକାଳୀ ମନ୍ଦିର, ଠାକୁରାଣୀ ମନ୍ଦିର, କାଳଷଣ୍ଡପୁର ଦଣ୍ଡ କାଳି ମନ୍ଦିର ଭଳି ଅଞ୍ଚଳର ସମସ୍ତ ଦେବୀ ପୀଠ ରେ ନବଦିନାତ୍ମକ ପୂଜା ମହା ସମାରୋହର ରେ ପାଳିତ ହୋଇଛି । ସମସ୍ତ ମନ୍ଦିରର ପରିଚାଳନା କମିଟି, ଗ୍ରାମବାସୀ ସହଯୋଗ ଏଥିରେ ସହଯୋଗରେ  ସମାପ୍ତ ହୋଇଛି ।