ଶିଶୁ ସୁରକ୍ଷା ଆୟୋଗଙ୍କ ଜିଲ୍ଲାସ୍ତରୀୟ କ୍ୟାମ୍ପ କୋର୍ଟ


 ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କ୍ୟାମ୍ପ କୋର୍ଟ ଆୟୋଜିତ ହୋଇଯାଇଛି । ଏଥିରେ ସମୁଦାୟ ୭୨ଟି ବିଚାରଧୀନ ମାମଲା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ବିଚାରଧୀନ ମାମଲା ଗୁଡ଼ିକର ବିବରଣୀ ପ୍ରଦାନ କରିଥିଲେ । ମାମଲା ଗୁଡ଼ିକ ମଧ୍ୟରୁ ଅଧିକାଂଶ ମାମଲା ଶିଶୁ ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ ରହିଥିଲା । ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ମାମଲାଗୁଡ଼ିକର ସମୀକ୍ଷା କରିଥିଲେ । ଯେଉଁ ମାମଲା ଗୁଡ଼ିକର ପଦକ୍ଷେପ ନିଆଯାଇଛି, ସେଥିସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ନିଦେ୍ର୍ଦଶ ଦେଇଥିଲେ । ସେହିପରି ଯେଉଁ ମାମଲା ଗୁଡ଼ିକର ସମାଧାନ ହୋଇନାହିଁ ସେହି ମାମଲା ଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ପଦକ୍ଷେପ ନେବା ସକାଶେ ସେ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ବ୍ୟତୀତ ଶିଶୁ ଯନô ଅନୁଷ୍ଠାନ ମାନଙ୍କର ପାରିପାଶ୍ୱିର୍କ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରିବା ପାଇଁ କମିଶନରେଟ ପୁଲିସର ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ବୈଠକରେ ଯୋଗ ଦେଇ ମାମଲା ଗୁଡ଼ିକର ତ୍ୱରିତ ବିବରଣୀ ପ୍ରଦାନ କରିବା ଦିଗରେ ଯନôବାନ ହେବା ପାଇଁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ପ୍ରତିନିଧିମାନେ ଯୋଗ ଦେଇ ନିଜ ନିଜ ବିଭାଗ ଅଧୀନସ୍ଥ ମାମଲା ଗୁଡ଼ିକ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । କଟକ ରେଳ ଷ୍ଟେସନରେ ଚାଇଲ୍ଡ ହେଲପ ଲାଇନ ଡେକ୍ସ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ନିମନ୍ତେ ଆରକ୍ଷୀ ଅଧିକାରୀ ରେଳବାହୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଅଙ୍କିତା ବେହେରା, ସସ୍ମିତା ନନ୍ଦ, ରୁବି ବିଶ୍ୱାଳ, ଜାଲିନା ପ୍ରିୟଦର୍ଶିନୀ, ପ୍ରଭାତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସଂଯୋଜନା କରାଯାଇଥିଲା ।