ପୂର୍ବ ଶତ୍ରୁତାରୁ ସଙ୍ଘବଦ୍ଧ ଆକ୍ରମଣ

ନିଆଳି:  ନିଆଳି ଥାନା ଅଧିନସ୍ଥ ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ରାଣୀଓଳା ପଞ୍ଚାୟତ ଅଳତଳଙ୍ଗ ଗ୍ରାମରେ ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ ନେଇ ଉକ୍ତ ଗ୍ରାମର ଶରତ ଜେନା (୪୮) ଙ୍କୁ ସେହି ଗ୍ରାମର ରବି ଜେନା, ବାପି ଜେନା ଓ ଜୀବନ ଜେନା, ନିଛାଟିଆ ଜାଗାରେ ପୂର୍ବ ଯୋଜନା ମୁତାବକ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶରତ ତଳେ ପଡି ଚିକôାର କରୁଥିବା ବେଳେ ଶରତଙ୍କ ସ୍ତ୍ରୀ ନିରୁପମା ଜେନା ଘଟଣା ସ୍ଥଳରେ ପହଞ୍ଚôଥିଲେ । ତାଙ୍କୁ ମଧ୍ୟ ସେଠାରେ ଠେଲାପେଲା କରାଯାଇଥିବା ନିଆଳି ଥାନାରେ ଅଭିଯୋଗ କରିଛନ୍ତି ଶରତଙ୍କ ସ୍ତ୍ରୀ । ଶରତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଟକ ବଡ ମେଡିକାଲ୍ରେ ଚିକିସôା ହେଉଛନ୍ତି ବୋଲି କହିଛନ୍ତି ନିରୁପମା ଜେନା । ଏ ନେଇ ନିଆଳି ପୋଲିସ୍ ଘଟଣାର ତଦନ୍ତ କରିଛନ୍ତି ବୋଲି କହିଛନ୍ତି ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ।