ରାଜ୍ୟ ବିଜେପି କାର୍ଯ୍ୟାଳୟରେ କଳା ଦିବସ
ଭୁବନେଶ୍ୱର: ୧୯୭୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା କରା ଯାଇଥିବା ଜରୁରୀକାଳୀନ ପରିସ୍ଥିତି ପ୍ରତିବାଦରେ ଆଜିର ଦିନକୁ ବିଜେପି ପକ୍ଷରୁ କଳା ଦିବସ ଭାବେ ପାଳନ କରାଯାଉଥିବା ବେଳ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କଳା ଦିବସ ପାଳିତ ହୋଇଯାଇଛି । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୭୫ମସିହା ଜୁନ୍୨୫ ମଧ୍ୟରାତ୍ରିରେ ଭାରତରେ ପ୍ରଥମଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ୧୯୭୧ ନିର୍ବାଚନରେ ସେ ସରକାରୀକଳର ଅପବ୍ୟବହାର କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିଲେ ବୋଲି ଉଲ୍ଲେଖ କରି ଆହ୍ଲାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ନାକଚ କରିଥିଲେ । ଏହି ସମୟରେ ନିଜକୁ ପ୍ରଧାନମନ୍ତ୍ରୀ ପଦରେ ବେଆଇନଭାବେ କାର୍ଯ୍ୟ କରିବା ପାଇଁ ଶ୍ରୀମତୀ ଗାନ୍ଧି ଅସାମ୍ବିଧାନିକଭାବେ ୩୫୬ ଧାରାର ପ୍ରୟୋଗ କରି ୧୯୭୫ରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିଥିଲେ । ଏହି ସମୟରେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମରର ସ୍ୱାଧୀନତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା । ସ୍ୱାଧିନତା ପରବର୍ତୀ ଭାରତ ବର୍ଷର ଇତିହାସରେ ଜରୁରୀକାଳୀନ ପରିସ୍ଥିତ ଏକ ଅଲିଭା କଳାଦାଗ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର କହିଛନ୍ତି । ଓଡ଼ିଶାର ବିକାଶକୁ ବିଜେପି ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ତାହା ସହିପାରୁନାହିଁ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିମ୍ବାଧର କଅଁର, ସମ୍ମାନିତ ଅତିଥିଭାବେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା ଭାବେ ପୂର୍ବତନ କୁଳପତି ଡ. ପ୍ରଫୁଲ୍ଲ କୁମାର ମିଶ୍ର ଓ ବରିଷ୍ଠ ନେତା ଭୂବନାନନ୍ଦ ତ୍ରିପାଠୀ ଯୋଗଦେଇ ଥିଲେ ।