ଶ୍ରୀମୟୀ ମିଶ୍ରଙ୍କୁ  ଟାର୍ଗେଟ କଲେ ସୁର

ଭୁବନେଶ୍ୱର: ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଆଜି ନିଜ ପୁଅ ମନ୍ମଥ ରାଉତରାଙ୍କୁ ସମର୍ଥନ କରିବା ଆଳରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ  ଟାର୍ଗେଟ କରିଛନ୍ତି ।ସୁର ଗଣମାଧ୍ୟମରେ ନିଜର ପୁଅକୁ ସମର୍ଥନ କରି ସିଧାସଳଖ ଶ୍ରୀମୟୀଙ୍କୁ ଆକ୍ଷେପ କରି କହିଥିଲେ ଯେ, “ଶ୍ରୀମୟୀ ମିଶ୍ର ତୁମେ ଜଣେ ନାରୀ, ତୁମେ ଜଣେ ନାରୀ ବୋଲି ଆଗେ ନିଜକୁ ନିଜେ କୁହ। ପୁରୁଷଙ୍କୁ ସମ୍ମାନ ଦିଅ । ମନ୍ମଥ ରାଉତରାୟଙ୍କ ଷ୍ଟାଣ୍ଡାର୍ଡ କ’ଣ ଜାଣିଛ ବୋଲି ପ୍ରଶ୍ନ କରିବା ସହ ମନ୍ମଥଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ବୋଲି ପଚାରିଛନ୍ତି। ନାରୀ ହୋଇ ଯଦି ଉଦ୍ଧତଗିରି କରିବ, ନାକ-କାନ କାଟି ଛାଡ଼ି ଦିଆଯିବ। ଆମକୁ ଯଦି କେହି ନାରୀଜାତି କି ନରଜାତି ଅସମ୍ମାନ କରିବ ତା’ର ଜବାବ ଆମେ ୩ ଘଣ୍ଟା ମଧ୍ୟରେ ଦେବୁ। କୌଣସି ପୁଲିସର ଦରକାର ପଡ଼ିବ ନାହିଁ ବୋଲି ସୁର ଚେତାବନୀ ଦେଇଛନ୍ତି । ତେବେ ସାମ୍ବାଦିକମାନେ ଶ୍ରୀମୟୀ ଜଣେ ଉଚ୍ଚଶିକ୍ଷିତା ବୋଲି କହିବାରୁ ସୁର ଉତକ୍ଷିପ୍ତ ହୋଇ ସେ ତା’ ପାଠ ତା ଘରେ ରଖୁ । ଶ୍ରୀମୟୀଙ୍କ ପ୍ରତି ସୋସିଆଲ ମିଡିଆରେ ମନ୍ମଥଙ୍କ ଫ୍ୟାନକ୍ଲବରୁ ଅଶାଳୀନ ଟିପ୍ପଣୀ ଦିଆଯାଉଥିବାକୁ ସୁର ଫାଙ୍କି ଦେବା ସହ ତାଙ୍କ ପୁଅ ଏଭଳି କରେନି ବୋଲି କହିଛନ୍ତି । ତାଙ୍କ ବଡ଼ପୁଅ ନିଜ ପତ୍ନୀଙ୍କ ସହ ଭଲରେ ଚଳୁଥିବାବେଳେ ମନ୍ମଥଙ୍କ ନାଁରେ କେତେବେଳେ ଅର୍ଚ୍ଚନା ନାଗ ତ ଆଉ କିଏ କାହିଁକି ଯୋଡ଼ି ହେଉଛନ୍ତି ଓ ନାରୀମାନଙ୍କ ପ୍ରତି କାହିଁକି ସେ ବାରମ୍ବାର ଖରାପ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସୁର ସେସବୁ ମିଛକଥା କହି ଫାଙ୍କି ଦେଇଥିଲେ । ।