ରାମଚନ୍ଦ୍ର କଂଗ୍ରେସ ବିଧାୟକ ଦଳ ନେତା

ରାମଚନ୍ଦ୍ର କଂଗ୍ରେସ ବିଧାୟକ ଦଳ ନେତା

ରାମଚନ୍ଦ୍ର କଂଗ୍ରେସ ବିଧାୟକ ଦଳ ନେତା
ଅଶୋକ ଦାସ ଉପନେତା
ରାଜନ ଏକ୍କା ମୁଖ୍ୟ ସଚେତକ
ଭୁବନେଶ୍ୱର : ଅନେକ ଦିନ ପରେ କଂଗ୍ରେସ ବିଧାୟକ ଦଳ ନେତା ବାଛିଛି  । ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ଦଳ ବିଧାୟକ ଦଳ ନେତା କରିଥିବାବେଳେ ବାସୁଦେବପୁର ବିଧାୟକ ଅଶୋକ ଦାସ ହୋଇଛନ୍ତି ଉପନେତା  । ଅପରପକ୍ଷରେ ରାଜଗାଙ୍ଗପୁର ବିଧାୟକ ସିଏସ ରାଜେନ ଏକ୍କା ବିଧାୟକ ଦଳର ମୁଖ୍ୟ ସଚେତକ ହୋଇଛନ୍ତି  । ଏହି ମର୍ମରେ ଏଆଇସିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି  ।
ଦୀର୍ଘଦିନ ଧରି କଂଗ୍ରେସରେ ବିଧାୟକ ଦଳ ନେତା ବାଛିବା ପାଇଁ ଛକାପଞ୍ଝା ଜାରି ରହିଥିଲା  । ଗୋଟିଏ ପଟେ ତାରା ପ୍ରସାଦ ବାହିନୀପତି ବିଧାୟକ ଦଳ ନେତା ହେବାକୁ ଆଶା ରଖିଥିଲେ  । ସେପଟେ କଂଗ୍ରେସର ଗୋଟିଏ ଗୋଷ୍ଠୀ ଆଦିବାସୀ କାଡର଼୍ ଖେଳିବା ପାଇଁ ରାମଚନ୍ଦ୍ର କାଡ଼ାମଙ୍କ ନିମନ୍ତେ ଲବି କରୁଥିଲେ  । ଆଜି ସର୍ବଦଳୀୟ ବୈଠକ ବସିଥିଲେବି କଂଗ୍ରେସ ପକ୍ଷରୁ କେହି ଯୋଗ ଦେଇନଥିଲେ  । ତେବେ ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ କାଡ଼ାମଙ୍କୁ ଚୟନ କରିଛନ୍ତି  । ସେପଟେ ବାସୁଦେବପୁରରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଅଶୋକ ଦାସଙ୍କୁ ଉପନେତା କରାଯାଇଛି  । ରାଜଗାଙ୍ଗପୁରରୁ ଦ୍ୱିତୀୟ ଥର ବିଧାୟକ ହୋଇଥିବା ସିଏସ ରାଜେନ ଏକ୍କାଙ୍କୁ  ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦିଆଯାଇଛି  ।