ହ୍ୟାଟ୍ରିକ ଲକ୍ଷ୍ୟରେ ବ୍ୟୋମକେଶ 

ହ୍ୟାଟ୍ରିକ ଲକ୍ଷ୍ୟରେ ବ୍ୟୋମକେଶ 


ତିହିଡି: ଭଦ୍ରକ ଜିଲ୍ଲା ·ନ୍ଦବାଲିରେ ହ୍ୟାଟ୍ରିକ୍ ବିଜୟ ଲକ୍ଷରେ ଅଛନ୍ତି ବିଜେଡି ବିଧାୟକ ପ୍ରାର୍ଥି ଡ.ବ୍ୟୋମକେଶ ରାୟ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉପରେ ତୃତୀୟ ଥର ମଧ୍ୟ ଭରସା କରିଛନ୍ତି ଯାହାକୁ ନେଇ ଶ୍ରୀ ରାୟଙ୍କ ସମେତ ଛାମୁଆ ନେତା ଓ କର୍ମୀମାନେ ବେଶ ଖୁସିଥିବା ଜଣାଯାଇଛି । ବିଗତ ଦିନରେ ଯେତେ ବିଧାୟକ ହୋଇଥିଲେ ସେମାନେ ·ନ୍ଦବାଲିଆ ନଥିଲେ । ଦଳ ପକ୍ଷରୁ ଜଣେ ·ନ୍ଦବାଲିଆକୁ ପ୍ରାର୍ଥି କରିବା ଲାଗି ୨୦୧୪ରେ ·ନ୍ଦବାଲିବାସୀ ଦାବି କରିଥିଲେ । ଯାହାକୁ ପାଥେୟ କରି ଦଳିୟ ସୁପ୍ରିମୋ ଶ୍ରୀ ରାୟଙ୍କୁ ପ୍ରଥମ ଥର ଟିକେଟ୍ ଦେଇଥିଲେ । ଉକ୍ତ ନିର୍ବାଚନରେ ଆଖିଦୃଶିଆ ସଫଳତା ହାସଲ କରିବା ସହିତ ବିରୋଧିଙ୍କୁ କଡ୍ଡା ଟକ୍କର ଦେଇ ବିଜୟ ଲାଭ କରିଥିଲେ ଶ୍ରୀ ରାୟ । ପୁନଶ୍ଚ ୨୦୧୯ ମଧ୍ୟ ତାଙ୍କୁ ଦଳୀୟ ସମର୍ଥନ ମିଳିଲା ହେଲେ ସଫଳତାର ହାର ଟିକିଏ କମ୍ ରହିଥିଲା । ଦଳର ସ୍ଥିତିକୁ ସୁଦୃଢ କରିବା ଲାଗି ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ନିିତ କରିଥିଲେ । ଦଳ ମଧ୍ୟରେ ଥିବା ବାଦାନୁବାଦକୁ ସଜାଡିବାରେ ସକ୍ଷମ ହୋଇଥିଲେ ।  ଏହି ୫ ବର୍ଷ ମଧ୍ୟରେ ଅନ୍ୟ ଦଳର କର୍ମୀମାନେ ଶ୍ରୀ ରାୟଙ୍କ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ସାମିଲ ହୋଇଛନ୍ତି । ତେବେ ୧୦ ବର୍ଷ ଶାସନକାଳ ମଧ୍ୟରେ ·ନ୍ଦବାଲି ଅଞ୍ଚଳରେ ପ୍ରାୟ ୪ ହଜାର କୋଟି ଟଙ୍କା ବ୍ୟୟବରାଦରେ ବିକାଶ ମୂଳକ କାର୍ଯ୍ୟ କରିଥିବା କହିଛନ୍ତି ଶ୍ରୀ ରାୟ । ମନ୍ତେଇ ନଦୀ ବାଂଶଡା ସେତୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ତିନିତର ଠାରୁ ନିର୍ମାଣ ·ଲୁରହିଛି । ସେହିପରି ମନ୍ତେଇ ନଦୀ ବାଲିଆପାଳ, ·ରିବାଟିଆ ଏବଂ ସାଳନ୍ଦି ନଦୀ ଧାନଖଣିଆ ଠାରେ ସେତୁ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ ସରିଛି । ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥର ନବୀକରଣ, ମେଗା ପ୍ରକଳ୍ପ ଜରିଆରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ, ପାର୍କ, ଷ୍ଟାଡିୟମ, ନଦୀବନ୍ଧ ସୁଦୃଢି କରଣ, ଆରଡି ବାବା ଆଖଣ୍ଡଳମଣୀ ମନ୍ଦିରର ପୁନରୁଦ୍ଧାର ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ଓ ଛୋଟ ଛୋଟ ପୋଲ ନିର୍ମାଣ ଆଦି ଶ୍ରୀ ରାୟଙ୍କ ବଡ ସଫଳତା । ଯାହାକୁ ମୁଦ୍ଦାକରି ଚଳିତ ନିର୍ବାଚନରେ ସେ ନିର୍ବାଚନ ବୈତରଣୀ ପାର୍ ହେବାକୁ ମନ ବଳେଇଛନ୍ତି । ଅନ୍ୟପଟେ ଛାମୁଆ ନେତା ଓ କର୍ମୀମାନଙ୍କ ମଧ୍ୟ ବେଶ ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି । ବିରୋଧିଙ୍କ ହାତକୁ ଯେପରି ଏହି ଆସନଟି ନଯାଏ ସେନେଇ ସେମାନେ ଏବେଠାରୁ ଖସଡା ପ୍ରସ୍ତୁତ କରଲେଣି । ଏବେ ବି ଦଳୀୟ ମିଶ୍ରଣ ପର୍ବ ·ଲୁରହିଛି ଆଗାମୀ ଦିନରେ ବିରୋଧ ôଶୂନ୍ୟ କରିବା ଲକ୍ଷ୍ୟନେଇ ଆଗେଇ ·ଲିଛନ୍ତି ।