ପ୍ରାର୍ଥୀଙ୍କୁ ବିଜେଡ଼ି ଦେଇଛି ୫୪.୬୦ କୋଟି

ପ୍ରାର୍ଥୀଙ୍କୁ ବିଜେଡ଼ି ଦେଇଛି ୫୪.୬୦ କୋଟି BIju Janata Dal

ପ୍ରାର୍ଥୀଙ୍କୁ ବିଜେଡ଼ି ଦେଇଛି ୫୪.୬୦ କୋଟି

ଲୋକସଭା ପ୍ରାର୍ଥୀଙ୍କୁ ୫୦ ଲକ୍ଷ
ବିଧାନସଭା ପ୍ରାର୍ଥୀଙ୍କୁ ୩୦ ଲକ୍ଷ

ଭୁବନେଶ୍ୱର : ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଂଶିକ ଖର୍ଚ୍ଚର ହିସାବ ଦେଇଛି ବିଜୁ ଜନତା ଦଳ  । ନିର୍ବାଚନ କମିଶନଙ୍କ ନିକଟରେ ଦଳ ପକ୍ଷରୁ ଖର୍ଚ୍ଚ ତାଲିକା ଉପସ୍ଥାପନ କରାଯାଇଛି  । ୨୧ ଲୋକସଭା ଓ ୧୪୭ ବିଧାନସଭା ପ୍ରାର୍ଥୀଙ୍କୁ ଦଳ ୫୪ କୋଟି ୬୦ ଲକ୍ଷ ଟଙ୍କାର ନିର୍ବାଚନୀ ଖର୍ଚ୍ଚ ପ୍ରଦାନ କରିଛି  । 

ଇସିଆଇଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଅନୁଯାୟୀ ସାଂସଦ ପ୍ରାର୍ଥୀମାନଙ୍କୁ ୫୦ ଲକ୍ଷ ଟଙ୍କା ଓ ବିଧାନସଭା ପ୍ରାର୍ଥୀଙ୍କୁ ଦଳ ପକ୍ଷରୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି  । ଏପରିକି ଦୁଇଟି ସ୍ଥାନରୁ ପ୍ରାର୍ଥୀ ହୋଇଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିପାଇଁ ୬୦ ଲକ୍ଷ ଟଙ୍କା ପାଇଛନ୍ତି  । ଆରଟିଜିଏସ ଜରିଆରେ ବିଭିନ୍ନ ଦଫାରେ ଏହି ଟଙ୍କା ପଠାଯାଇଥିବା ନେଇ ବିଜେଡ଼ି ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି  ।

୨୦୧୪ ନିର୍ବାଚନରେ ବିଜେଡ଼ି ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି  । ପ୍ରଚାର ପ୍ରସାରରେ ଶହ ଶହ କୋଟି ଉଡ଼ିଥିବା ନେଇ ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି  । ତେବେ ବିଜେଡ଼ିର ଏହା ଆଂଶିକ ଖର୍ଚ୍ଚ ହୋଇଥିବାବେଳେ ପ୍ରଚାର ପ୍ରସାର ନେଇ ଖର୍ଚ୍ଚର ହିସାବ କିନ୍ତୁ ଇସିଆଇଙ୍କୁ ଏଯାବତ୍‌ ଦିଆଯାଇନାହିଁ  । ସେପଟେ କଂଗ୍ରେସ ଏହାର ଆଂଶିକ ଖର୍ଚ୍ଚ ନେଇ ଦେଇଥିବା ସୂଚନାରେ ଓଡ଼ିଶା ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ  ।