କଡ଼ ଲେଉଟାଉଛି ନୀଳଗିରି ରାଜନୀତି : ବିଜେଡିରେ ମିଶିଲେ ସୁକାନ୍ତ, ଶକ୍ତି ପ୍ରଦର୍ଶନ କଲେ ସନ୍ତୋଷ

ନୀଳଗିରିରୁ : ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ନୀଳଗିରି ସ୍ଥିତ ନିଜ ଫାର୍ମ ହାଉସରେ ଶକ୍ତି ପ୍ରଦର୍ଶନ କରିଛନ୍ତି ସନ୍ତୋଷ ଖଟୁଆ । ରୋଚକ ମୋଡରେ ପହଞ୍ଚିଛି ନୀଳଗିରି ରାଜନୀତି । କିଏ ହାତେଇବ ନୀଳଗିରି ବିଜେଡି ଟିକଟ, ଏହାକୁ ନେଇ ଦୁଇ ନେତା ମଧ୍ୟରେ ଆରମ୍ଭ ହୋଇଛି କସରତ । ସୂଚନା ଅନୁଯାୟୀ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଶୁକ୍ରବାର ବିଜେପି ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ନିଜ ସମର୍ଥକଙ୍କ ସହ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବରୁ ନୀଳଗିରିରେ ବିଜେଡି ସଙ୍ଗଠନ କରିଥିବା ସନ୍ତୋଷ ଖଟୁଆ ମଧ୍ୟ ସମାନ୍ତରାଳ ଭାବରେ ନୀଳଗିରି ସ୍ଥିତ ନିଜ ଫାର୍ମ ହାଉସରେ ଏକ କର୍ମୀ ସମ୍ମିଳନୀ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ କହିଥିଲେ ମୁଁ ବିଜେଡି ଛାଡିନାହିଁ କି ଛାଡିବିନି । ମୁଁ ଶଙ୍ଖ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଶଙ୍ଖ ଦଳରେ ରହିଛି ଓ ରହିବି, ଦଳ ଯାହାକୁ ଯୋଗ୍ୟ ଭାବିବ ତାକୁ ଟିକଟ ଦବ, ମୁଁ ଦଳ ପାଇଁ ପୋଷ୍ଟର ମଧ୍ୟ ମାରିବି, ମୋତେ ଉପରୁ ନିଦେ୍ର୍ଦଶ ମିଳିଛି ମୋର ଟିକଟ ଫାଇନାଲ । ନୀଳଗିରିରେ ବିଜେଡି ସୁନିଶ୍ଚିତ ଜିତିବ । ସୁକାନ୍ତ ଦଳରେ ମିଶିଲେ ମୋର କିଛି ଫରକ ପଡିବ