କନ୍ଧମାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଉପସ୍ଥିତିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ କନ୍ଧମାଳ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଏକ ସହାୟତା ରାଶି ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ମୋନାଲିସା ଜେନା, ପ୍ରଭାକର ମହାରଣା, ବିଶ୍ୱ ରଞ୍ଜନ କହଁର, ପ୍ରମୋଦ କୁମାର ଦେହୁରୀ, ବିଭୁ ପ୍ରସାଦ ସ୍ୱାଇଁ ଉପସ୍ଥିତରହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ପରିପ୍ରେକ୍ଷୀରେ ୩୦ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ୫୯,୨୫,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୩୦ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୫୮,୦୦,୦୦୦ ଟଙ୍କା ଏବଂ ୨୫ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୧,୨୫,୦୦୦ ଟଙ୍କା ସହାୟତା ପ୍ରଦାନ କରଯାଇଛି । ଏହାକୁ ଡମି ଚେକ ଜରିଆରେ ପ୍ରଦାନ କରାଯାଇଛି ଏବଂ ଭକ୍ତ ସହାୟତା ରାଶି ଖୁବ ଶୀଘ୍ର ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଇଦିଆଯିବ ।