ଫୁଲ ଚାଷ ବୁଲି ଦେଖିଲେ ଜିଲ୍ଲାପାଳ

ାା ପ୍ରଭାନୁ୍ୟଜ୍ ।ା ଫୁଲବାଣୀ: ଦିନକୁ ଦିନ ସବୁ ଆଡ଼େ ଗେନ୍ଦୁ ଫୁଲର ଚାହିଦା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ବର୍ଷ ଠାରୁ ଗେଣ୍ଡୁ ଫୁଲ ଚାଷ ଆରମ୍ଭ ହୋଇଛି । ପ୍ରଥମେ ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ ଦିଆଯାଇଥିଲା । ଫୁଲ ଚାଷ କରି  ସଫଳ ମଧ୍ୟ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜିଲ୍ଲାରେ ୩୦୦ ଏକର ଜମିରେ ଗେନ୍ଦୁ ଫୁଲ ଚାଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖି ଥିବା ଜିଲ୍ଲା ପାଳ ଅମ୍ରିତ ଋତୁରାଜ କହିଛନ୍ତି  । ଖଜୁରୀପଡ଼ା ବ୍ଲକ ଟିଟ୍ରା ପଙ୍ଗା ଠାରେ ୭ ଏକର ଜମିରେ ଏକ ଲକ୍ଷ ବାର ହଜାର  ଗେନ୍ଦୁ ଫୁଲ ଚାରା ଲଗା ଯାଇଥିବା  ବୁଲି ଦେଖି ଥିଲେ ଜିଲ୍ଲପାଳ ଅମ୍ରିତ୍ ଋତୁରାଜ  । ଏସବୁ ଯେପରି ନଷ୍ଟ ନ ହେବ ସେଥିପାଇଁ ଯଥେଷ୍ଟ ପାଣିର ବ୍ୟବସ୍ଥା, ଗେ ମାଙ୍କଡକୁ ଆକଟ କରିବା ସହିତ ଉଚିତ ଯତ୍ନ ନେବା ପାଇଁ ଚାଷୀମାନଙ୍କୁ  ପରାମର୍ଶ ଦେଇଥିଲେ  । ବେରଜଗାର ଦୂର କରି ଲୋକଙ୍କୁ ରୋଜଗାର ଯୋଗାଇ ଦେବା ଉଦେ୍ଦଶ୍ୟରେ  ଫୁଲବାଣୀ ଆଇଟିଡିଏ  ପକ୍ଷରୁ ସ୍ୱାବଲମ୍ବୀ କରିବା ପାଇଁ ଫୁଲ ଚାଷ ଉପରେ ଗୁରୁତ୍ୱ ଦେଇ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଫୁଲ ଚାଷରେ ପରିଶ୍ରମ କମ୍ ଏବଂ ଲାଭ ଅଧିକ ହେଉଥିବାରୁ ଏହି ଚାଷ ପ୍ରତି ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପ୍ରକଳ୍ପ ପ୍ରଶାସକ କହିଛନ୍ତି  । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗ୍ରାମବାସୀ ସମେତ ପି. ମୁରଲୀ ମୋହନ ପ୍ରକଳ୍ପ ପରିଚାଳକ, ଶୁଭଶ୍ରୀ ମହାନ୍ତି, ଗୁପ୍ତା ଖିଲା, ଶ୍ରୀପତି ପାତ୍ର, ପ୍ରଦୀପ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।