ବଡ଼ିମୁଣ୍ଡା ଜଙ୍ଗଲ ନିକଟରୁ ମହିଳାଙ୍କ ଶବ ଉଦ୍ଧାର
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଗ୍ରାମପଂଚାୟତ ନିକଟସ୍ଥ ଏଯାଡ଼େଲା ଛକ ନିକଟରେ ଥିବା ଏକ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତ ଦେହ ଜବତ କରିଛି ପୋଲିସ୍ । ଆଜିର ଏହି ଘଟଣାକୁ ନେଇ ସାରା ଅଂଚଳବାସୀଙ୍କୁ ଚକିତ କରିଥିବା ଜଣାପଡ଼ିଛି ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ଟିକାବାଲି ଥାନା ଅଧିକାରି କଲ୍ୟାଣୀମୟୀ ଷେଣ୍ଢ ଓ ପୋଲିସ ଟିମ ସମେତ ସେଠାରେ ପହଂଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ୬/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଅବସରରେ ତହସିଲଦାର ନର୍ମଦା ନାୟକ ଏବଂ ବିଭାଗୀୟ ଅଧିକାରୀମାନେ ପହଂଚି ଘଟଣାର ତନାଘନା ଆରମ୍ଭ କରିଥିବା ଜଣାପଡିଛି । ସୂଚନା ମୁତାବକ ମୃତ ଦେହଟି ରୁନିମା ପ୍ରଧାନ(୪୦) ସ୍ୱାମୀ ନିଶିକାନ୍ତ ପ୍ରଧାନ ଗୁଟିଙ୍ଗିଆ ଗ୍ରାମପଂଚାୟତ ଅନ୍ତର୍ଗତ ସାନଗୁମାଗଡ଼ ଗ୍ରାମର ବୋଲି ଜଣା ପଡିଛି । ରୁନିମା ପ୍ରଧାନ ଙ୍କ ଦୁଇଟି ସନ୍ତାନ ଅଛନ୍ତି । ଗତ ମଙ୍ଗଳବାର ଦିନ ତାଙ୍କ ବଡ଼ ଭଉଣୀ ସୁଭଦ୍ରା ସହିତ ସାନଗୁମାଗଡ଼ ଗାଁ ରୁ ବସ୍ତିଙ୍ଗିଆ ଆଶ୍ରମ ବିଦ୍ୟାଳୟକୁ ଝିଅକୁ ଦେଖିବା ପାଇଁ ଯାଇଥିଲେ । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ହେମ୍ବ୍ରମ କହିଛନ୍ତି ଯେ ଏହାର ଅଧିକ ସତ୍ୟାସତ୍ୟ ତଥ୍ୟ ପ୍ରମାଣ ପାଇଁ ଏକ ଅନୁସନ୍ଧାନକାରୀ କୁକୁର ଓ ସାଇଂଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ।