ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ ୨୭ ବର୍ଷ ପରେ ଲଜ୍ଜାଜନକ ସିରିଜ ପରାଜୟ

ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ ୨୭ ବର୍ଷ ପରେ ଲଜ୍ଜାଜନକ ସିରିଜ ପରାଜୟ


 ନୂଆଦିଲ୍ଲୀ: ୨୭ ବର୍ଷ ପରେ ଶ୍ରୀଲଙ୍କା ଠାରୁ ଲଜ୍ଜାଜନକ ସିରଜ ପରାଜୟ ବରଣ କରିଛି ଭାରତ । ୧୯୯୭ରେ ଶେଷଥର ପାଇଁ ଶ୍ରୀଲଙ୍କା ୩-୦ରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା । ଏହାପରେ ଖେଳା ଯାଇଥିବା ପ୍ରାୟ ୧୧ଟି ଦ୍ୱିପାକ୍ଷିକ ସିରିଜରେ ଭାରତ ସବୁବେଳେ ବିଜୟୀ ହୋଇ ଆସୁଥିଲା । କିନ୍ତୁ ଏଥର ଶ୍ରୀଲଙ୍କା ମାଟିରେ ସିରିଜ ପରାଜୟ ବରଣ କରିଛି ଭାରତ । ଅନ୍ୟପକ୍ଷରେ  ଭାରତର ନୂଆ କୋଚ ଗୌତମ ଗମ୍ଭୀର ପରାଜୟରୁ ଦିନିକିଆ କୋଚିଂ କ୍ୟାରିୟର ଆରମ୍ଭ କରିଛନ୍ତି  । ତେବେ ତାଙ୍କ ଅଧିନରେ ଭାରତଟି-୨୦ରେ ସିରିଜରେ ବିଜୟ ହାସଲ କରିଥିଲା । 
ଏହି ମ୍ୟାଚରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ଓପନର ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ୯୬ ଓ କୁଶଲ ମେଣ୍ଡିସଙ୍କ ୫୯ ରନ ବଳରେ ଦଳ ୭ ୱିକେଟ ହରାଇ ୨୪୮ ରନ କରିଥିଲା । ୨୪୯ ରନର ଟାର୍ଗେକୁ ପିଛା କରୁଥିବା ଭାରତ ସ୍ପିନ ଜାଲରେ ଫସି କେବଳ ୨୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୮ ରନ ହିଁ କରିବାକୁ ସକ୍ଷମ ହୋଇଥିଲା । ୨୪୯ ରନର ଟାର୍ଗେଟକୁ ପିଛା କରି ଭାରତ ଆରମ୍ଭରୁ ଝଟକା ଖାଇଥିଲେ ବି ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ।  । ଶୁବମନ ଗିଲ ୬ ରନ କରି ଫର୍ଣ୍ଣାଣ୍ଡୋଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ ।  ତେବେ ରୋହିତ ଶର୍ମା ୩୫ ରନ କରି ଆଉଟ ହୋଇ ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି(୨୦), ଶ୍ରେୟସ ଆୟର(୮) ଓ ଅକ୍ଷର ପଟେଲ(୨), ଋଷଭ ପନ୍ତ ୬ରନ କରି ଆଉଟ ହୋଇଥିଲେ । 
ତେବେ ୱାଶଂଟନ ସୁନ୍ଦର ଶେଷରେ କିଛି ବଡ଼ ସର୍ଟ ଖେଳି ୩୦ରନ କରିଥିଲେ । ଭାରତ ୧୩୮ ରନରେ ଅଲ ଆଉଟ ହୋଇ ଯାଇଥିଲା । ଶ୍ରୀଲଙ୍କ ପକ୍ଷରୁ ୱେଲାଲାଗେ ୫ଟି ୱିକେଟ ନେଇଥିବା ବେଳେ ଜେଫ୍ରୀ ଭଣ୍ଡାରେସ ୨ଟି, ମହୀଶ ତିକଶାନା ୨ଟି ଓ ଅସିତ ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏର୍ ୱିକେଟ ନେଇଥିଲେ ।