କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି
Cabinet Odisha
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବିଧାନସଭା ଅଧିବେଶନ ଚାଲିଥିବାରୁ ଏନେଇ ବିଧିବଦ୍ଧ ଭାବେ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇନାହିଁ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିବାବେଳେ ପ୍ରସ୍ତାବରେ ମୋହର ମଧ୍ୟ ଲାଗିଛି । ଶୁଣିବାକୁ ମିଳୁଛି, ଖଣି ସେସ୍ ନେଇ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି । ଖଣିରୁ ସେସ ଆଦାୟ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେପରେ ଝାଡ଼ଖଣ୍ଡ ସରକାର ଏନେଇ ବିଧେୟକ ଆଣିସାରିଛନ୍ତି । ଯେତେଶୀଘ୍ର ଏହି ବିଧେୟକ ଆସିବ ରାଜ୍ୟ ସେତେ ଅତିରିକ୍ତ ରାଜସ୍ୱ ପାଇପାରିବ । ତେଣୁ ଏନେଇ କ୍ୟାବିନେଟରେ ଆଲୋଚନା କରାଯାଇଥିବା କୁହାଯାଉଛି ।