ପାରା ଅଲିମ୍ପିକ୍ସ: ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ-୨୦୨୪ରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ । ଏଥି ସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨ରେ ପହଞ୍ଚିଛି । ସୋମବାର ଇତିହାସ ରଚିଛନ୍ତି ଭାରତର ନୀତେଶ କୁମାର । ଏହି ଷ୍ଟାର ପାରା ଶଟଲର ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଆଜି ପୁରୁଷ ଏକକ ବ୍ୟାଡମିଣ୍ଟନର ଏସଏଲ ୩ ବର୍ଗରେ ନିତେଶ ସ୍ୱର୍ଣ୍ଣ ଜିତିଛନ୍ତି । ନୀତେଶ ଗ୍ରେଟ ବ୍ରିଟେନର ଡାନିଏଲ ବେଥଲେଙ୍କ ସହ କଡା ସଂଘର୍ଷ କରି ଏହି ସଫଳତା ପାଇଛନ୍ତି । ଓଡିଶାର ପ୍ରମୋଦ ଭଗତଙ୍କୁ ଦେଖି ଏସଏଲ ୩ ବର୍ଗରେ ଖେଳିବା ଆରମ୍ଭ କରିଥିବା ନୀତେଶ କୁମାର ୨୦୧୬ରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇଥିଲେ । ସେ ସିଙ୍ଗ କୋର୍ଟରେ ଖେଳିବା ସହ ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିଲେ । ଆଜିର ମ୍ୟାଚକୁ ସେ ୨-୧ରେ ଜିତିବା ସହ ସହ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ।