ବାଲେଶ୍ୱର: ଆସନ୍ତା ୧ ଡିସେମ୍ବର ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ମାଲେସିଆରେ ହେବାକୁ ଥିବା ‘ଦଶମ ଏସିଆ ପାସୀଫିକ ଡିଫ ଗେମ୍ସ-୨୦୨୪’ ରେ ଭାରତୀୟ ଦଳରୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ବାଲେଶ୍ବର ଜିଲ୍ଲାର ଦିବ୍ୟାଙ୍ଗ (ମୂକ ଓ ବଧିର) ଜୁଡୋ ଖେଳାଳି ବାହାନଗା ବ୍ଲକ ନୂଆପୁର ପଞ୍ଚାୟତର ପିଞ୍ଛାପଲି ଗ୍ରାମର ମାଳତୀ ଦାସ ଓ ସୀତାନାଥ ଦାସଙ୍କ ପୁଅ ସମ୍ବିଦ ଦାସଙ୍କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ଅଦୀପ୍ତ ଦାସ, ସମ୍ପାଦକ ଅଭୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଟଙ୍କା ୨୦ ହଜାର ର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇ ଥିଲେ।ସମ୍ବିଦ ଆସନ୍ତା ୧୫ ତାରିଖରୁ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ରହଣି ପରେ ସେଠାରୁ ମାଲେସିଆ ଗସ୍ତ କରିବେ।