ଜଙ୍ଗଲ ମନ୍ତ୍ରୀ ଦ୍ୱାରା ଚାରାରୋପଣ
ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମ·ରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆନନ୍ଦବନ ପରିସରରେ ·ରାରୋପଣ କରିଛନ୍ତି । "ଏକ ପେଡ ମା’ କେ ନାମ୍' (ମା'ଙ୍କ ପାଇଁଗଛଟିଏ) ଅଭିଯାନ ଅଧୀନରେ ପଣସ ·ରାରୋପଣ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ଯେ, ପ୍ରକୃତିର ସୁରକ୍ଷା କେବଳ ବ୍ୟାପକ ·ରାରୋପଣ ଓ ବନୀକରଣ ଦ୍ୱାରା ସମ୍ଭବପର । ନିଜ ମା'ଙ୍କୁ ଆମେ ଯେପରି ସମ୍ମାନ ଜଣାଉ, ·ରାରୋପଣକୁ ସେହିଭଳି ଅଗ୍ରାଧିକାର ଦେଇ ଧରିତ୍ରୀମା'ର ଶ୍ରୀ ବୃଦ୍ଧି ଓ ପର୍ଯ୍ୟାବରଣର ସନ୍ତୁଳନକୁ ବଜାୟରଖିବା ଜରୁରୀ । ରାଜ୍ୟକୁ ସବୁଜିମାମୟ କରି ଗଢି ତୋଳିବା ଦିଗରେ ସମସ୍ତ ରାଜ୍ୟବାସୀ ବୃକ୍ଷରୋପଣ ମାଧ୍ୟମରେ ଆଗଭର ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ।