ଏମିତି କହିଲେ ମୋଦି
narendra modi
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଜୟ ଜଗନ୍ନାଥ କହିବା ସହ ଓଡ଼ିଶାବାସୀଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ । ମୋଦି କହିଥିଲେଯେ, ଦେଶରେ ବିଜେପି ପ୍ରତି ବିଶ୍ୱାସ ସୃଷ୍ଟିହୋଇଛି । ଓଡ଼ିଶାରେ ଆପଣ ଯାହା ଶୁଭାରମ୍ଭ କରିଥିଲେ ତାହା ହରିୟାଣା ଓ ମହାରାଷ୍ଟ୍ରରେ ପ୍ରତିଫଳିତ ହୋଇଛି । ବିରୋଧୀ ସକାଳୁ ସଂଜ ଯାଏଁ ଅପପ୍ରଚାର କରୁଥିଲେ । ରାଜନୀତିକ ସମୀକ୍ଷକ କହୁଥିଲେ ଓଡ଼ିଶାରେ ବିଜେପି ବଡ଼ ଶକ୍ତି ହୋଇପାରିବନି । କିନ୍ତୁ ପରିଣାମ ଆସିବା ପରେ, ଯେଉଁମାନେ ନିଜକୁ ତିସ ମାର୍ ଖାଁ ଭାବୁଥିଲେ ସେମାନଙ୍କୁ ଝଟକା ଲାଗିଥିଲା ।