ଭାରତ ମାନଚିତ୍ରକୁ ଇଏ କି ସମ୍ମାନ?
ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟ ହେଉଛି ଦ୍ୱିତୀୟ ସର୍ବପୁରାତନ ମହାବିଦ୍ୟାଳୟ । ବର୍ତମାନ ମହାବିଦ୍ୟାଳୟ ପୂର୍ବ ଅପେକ୍ଷା ବହୁମାତ୍ରାରେ ପରିବର୍ତ୍ତିତ ହୋଇଛି । ମାତ୍ର ବିଡ଼ମ୍ବନା ବିଜ୍ଞାନ ବିଭାଗକୁ ଲାଗି ଏବଂ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ଥିବା ଆଇଲଭ ମାଇଁ କଲେଜ ସେଲ୍ଫି ପଏଣ୍ଟକୁ ଲାଗି ଛିଡା ହୋଇଥିବା ଭାରତବର୍ଷର ଏହି ସୁନ୍ଦର ମାନଚିତ୍ରଟି ଝଡ଼ ପବନ ଦ୍ୱାରା ହେଉ କି ଅନ୍ୟ କୌଣସି କାରଣ ପାଇଁ ହେଉ ଦୀର୍ଘ ଦିନ ହେବ ମୋଡି ହୋଇ ଦୟନୀୟ ଅବସ୍ଥାରେ ରହିଛି । ଯାହାକି ଗୋଟେ ଶିକ୍ଷାନୁଷ୍ଠାନ ପ୍ରତି ଅପମାନ.ଖୋଦ ମହାବିଦ୍ୟାଳୟ ଶିକ୍ଷାନୁଷ୍ଠାନ ପରିସର ଭିତରେ ଭାରତବର୍ଷ ମାନଚିତ୍ରର ଏପରି ଅବସ୍ଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମନରେ ଆଘାତ ଦେଇଛି । ତେଣୁ ମହାବିଦ୍ୟାଳୟର ଅଧକ୍ଷ୍ୟ ଦୃଷ୍ଟି ଦେଇ ତୁରନ୍ତ ମାନଚିତ୍ରକୁ ଠିକ କରିବାକୁ ସାଧାରଣରେ ଦାବି ହୋଇଛି ।