ନୂତନ ବିଡିଓଙ୍କ ଯୋଗଦାନ
ବିଞ୍ଝାରପୁର: ବ୍ଲକ୍ରେ ନୂତନ ବିଡିଓ ଭାବେ ହିତାଂଶୁ ସାମଲ ଯୋଗ ଦେଇଛନ୍ତି । ନୂତନ ବିଡିଓଙ୍କୁ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଶୁଭେଚ୍ଛା ଜଣାଇଛନ୍ତି । ତେବେ କିଛିଦିନ ପୂର୍ବେ ବିଞ୍ଝାରପୁର ବ୍ଲକ୍ରେ କୋଟିଏ ଟଙ୍କର ଭତ୍ତା ଦୁର୍ନୀତି ଘଟଣା ପଦାକୁ ଆସିଥିଲା । ପୂର୍ବତନ ବିଡିଓ ଦିବ୍ୟେନ୍ଦୁ ଦାସ ଏଥିନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ମାତ୍ର ଦିନ କେଇଟା ପରେ ବିଡିଓ ବିଦ୍ୟେନ୍ଦୁ ଦାସଙ୍କର ବଦଳି ଆଦେଶ ଆସିଥିଲା । ତାଙ୍କ ପରିବର୍ତ୍ତେ ନୂତନ ବିଡିଓ ଭାବେ ହିତାଂଶୁଙ୍କୁ ନିଯୁକ୍ତ ଆଦେଶ ବିଭାଗ ପ୍ରଦାନ କରିଥିଲା । ବିଡିଓ ହିତାଂଶୁ କାର୍ଯ୍ୟରେ ଯୋଗ ଦେବା ପରେ ପୁରୁଣା ଦୁର୍ନୀତିକଗୁଡିକ ଚପିଜିବ ନା ଲୋକଲୋଚନାକୁ ଆସିବ ତାକୁ ନେଇ ଏବେ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି । ବିଞ୍ଝାରପୁର ବ୍ଲକ୍ରେ ବେକଳ ଭତ୍ତା ଦୁର୍ନୀତି ନୁହେଁ ମନରେଗା, ଆବାସ ଯୋଜନାରେ ପୁଳା ପୁଳା ଦୁର୍ନୀତି ଅଭିଯୋଗ ରହିଛି । ଏହାଛଡା ପୂର୍ବରୁ ଆମ ଗାଁ ଆମ ବିକାଶ ଓ ଅନ୍ୟାନ୍ନ ସରକାରୀ ଯୋଜନାରେ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା କମ୍ପୁ୍ୟନିଟ୍ ସେଣ୍ଟର, ରାସ୍ତା ଘାଟ ଗୁଡିକରେ ମଧ୍ୟ ବଡ ଧରଣର ଦୁର୍ନୀତି ହୋଇଥିବା ଶୁଣିବାକୁ ମିଳିଲାଣି । କେଉଁଠି କାର୍ଯ୍ୟ ହୋଇନାହିଁ ବିଲ୍ ହୋଇଛି ତ ଆଉ କେଉଁଠି ଅଧାକାର୍ଯ୍ୟ କରି ସମ୍ପୁର୍ଣ୍ଣ ବିଲ ପ୍ରଦାନ କରାଯାଇଛି । ଆଉ କେଉଁଠି ନିର୍ମାଣ ହୋଇଥିବା ପ୍ରକଳ୍ପ ସମ୍ପୁର୍ଣ୍ଣ ଚୋରୀ ହୋଇଥିବା ମଧ୍ୟ ଅଭିଯୋଗ ଆସିଲାଣି । ବିଭିନ୍ନ ସ୍ଥାନରେ ଜମି ଚଞ୍ଚକତା କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଥିବା ମଧ୍ୟ ଅଭିଯୋଗ ଦେଉଛି । ବ୍ଲକରେ କାର୍ଯ୍ୟ କରୁଥିବା କନିଷ୍ଠଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ଜ୍ଞାନ୍ତରେ ଏଭଳି ଦୁର୍ନୀତି ହେଉଥିଲେ ହିଁ ଧରପଗଡ ବେଳେ କେତେଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ନୂତନ ବିଡିଓଙ୍କ ପାଇଁ ଏହି ସବୁ ଘଟଣାର ତଦନ୍ତ ଏକ ବିଷମ ପରିସ୍ଥିତି ସୃଷ୍ଠି କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ନୁତନ ବିଡିଓ ଜନସାଧାରଣଙ୍କ ସମସ୍ୟାକୁ କେତେ ଗୁରୁତ୍ୱ ଦେଇ ମଣ୍ଡଳ ଉନ୍ନୟନ କାର୍ଯ୍ୟ କରୁଛନ୍ତି ନା ଦୁର୍ନୀତିର ପୋଖରିରେ ନିଜେ ବୁଡ ପକାଇବେ ସମସ୍ତଙ୍କ ଅପେକ୍ଷା ।