ବିଦୁ୍ୟତ୍ ଆଘାତରେ ଜଣେ ମୃତ

 ନୀଳଗିରି: ଟାଟା ପାୱାର ବିଦୁ୍ୟତ୍ ବିଭାଗକୁ ହାତକୁ ନେବା ପରେ ବିଦୁ୍ୟତ୍ ବିତରଣରେ ଅନେକ ସମସ୍ୟା ଦୂର ହୋଇଛି । ସମସ୍ତ ବିଭାଗର କର୍ମଚାରୀମାନଙ୍କ ପାଇଁ ଅନେକ ଜୀବନ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯାଉଛି । ଏତେ ପରେବି କର୍ମଚାରୀ ମାନେ ସଚେତନତା ରହୁନାହାନ୍ତି । ଯାହା ଫଳରେ ଅନେକ ଦୁର୍ଘଟଣା ଘଟୁଛି । ମଙ୍ଗଳବାର ଦିନ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ବରହମ୍ପୁର ବିଦୁ୍ୟତ୍ ବିଭାଗର ଅଧୀନରେ ଥିବା ଭାଲୁକାସୁଣୀ ଅଧୀନରେ ଥିବା ଟିୟାକଟା ଗ୍ରାମର ଜୈନିକ ଘରେ ଉଠା ଜଳସେଚନ ପଏଣ୍ଟରେ ନରଣପୁର ଗ୍ରାମର କାର୍ତ୍ତିକ ସାହୁ (୩୦) ସଟଡାଉନ୍ ନେଇ ସଜାଡୁ ଥିବା ବେଳେ ହଠାତ୍ ବିଦୁ୍ୟତ୍ ଚାର୍ଜ ହୋଇଯାଇଥିଲା । ଫଳରେ କାର୍ତ୍ତିକ ଡହଳ ବିକଳ ଅବସ୍ଥା ଚିକôାର କରୁଥିଲେ । କର୍ମଚାରୀମାନେ ଏହା ଦେଖି  ସଙ୍ଗେ ସଙ୍ଗେ କାର୍ତ୍ତିକକୁ ନୀଳଗିରି ମେଡିକାଲ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ କାହା ଫୋନ୍ କଲ୍ରେ ବିଦୁ୍ୟତ୍ ଚାର୍ଜ କରାଗଲା ତାହା ତଦନ୍ତ ପରିସର ବୋଲି ସାଧାରଣରେ ଦାବି ହୋଇଛି ।