ଚତୁର୍ଥ ବେଳାଭୂମି ମାରାଥନ୍ 

ପୁରୀ : ଆରମ୍ଭ ହୋଇଛି ଚତୁର୍ଥ ବିଚ୍ ମାରାଥନ୍ । ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ ପକ୍ଷରୁ ଆୟୋଜିତ ଏହି ବିଚ୍ ମାରାଥନ-୨୦୨୪କୁ ମଙ୍ଗଳା ନଦୀର ମୁହାଣ ସନ୍ନିକଟ ଶାମୁକା ବେଳାଭୂମିରେ ଉଦ୍ଘାଟନ କରିଥିଲେ ଅତିରିକ୍ତ ପୋଲିସ ମହାନିଦେ୍ର୍ଦଶକ ସଂଜୀବ ପଣ୍ଡା ଓ କ୍ଲବ୍ ସମ୍ପାଦକ ଅଜୟ କୁମାର ନନ୍ଦ । ଏହି ମାରାଥନ୍ରେ ୮୦ଜଣ ମହିଳାଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ଆଥଲେଟ୍, ଦେଶର ବିଭିନ୍ନ ଅଞ୍ଚଳ ସମେତ ଇଥିଓପିଆ, କେନିଆ ଓ ୟୁକେରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ବିଜେତା ପ୍ରତିଯୋଗୀମାନଙ୍କ ପାଇଁ ୨ଲକ୍ଷ ଟଙ୍କା ପୁରସ୍କାରର ବ୍ୟବସ୍ଥା କରାଯାଇଥିଲା । ପୁରସ୍କାର ବ୍ୟତୀତ ଅଂଶଗ୍ରହଣକାରଙ୍କୁ ପ୍ରଦାନ କରାଯାଇନଥିଲା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଟି-ସାର୍ଟ, ସ୍ୱତନ୍ତ୍ର ଫିନିସର ମେଡ଼ାଲ ଓ ସଫଳ ଅଂଶଗ୍ରହଣକାରୀମାନଙ୍କୁ ଡ଼ିଜିଟାଲ ସାର୍ଟିଫିକେଟ । ୨୧ କିଲୋମିଟର ହାଫ୍ ମାରାଥନ୍ର ପ୍ରଥମ ପୁରସ୍କାର ଲାଭ କରିଥିଲେ ଓଡ଼ିଶାର ଅଶୋକ ଦଣ୍ଡସେନା । ଦ୍ୱିତୀୟ ପୁରସ୍କାର ପାଇଥିଲେ ପଞ୍ଚାନନ ବେରା । ଇଥିଓପିଆର ୟୋସେଫ୍ ଗେଟାହୁନ୍ ଆବେବଙ୍କୁ ମିଳିଥିଲା ତୃତୀୟ ସ୍ଥାନ । ଉଦ୍ୟାପନୀ ସମାରୋହରେ ବିଜେତାମାନଙ୍କୁ ଅର୍ଥ ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ କ୍ଲବ୍ ସଭାପତି ଏଡିଜି ସଂଜୀବ ପଣ୍ଡା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ୍ ସମ୍ପାଦକ ଅଜୟ ନନ୍ଦ । ଏହି ଅବସରରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମସ୍ତ ସ୍ୱେଚ୍ଛାସେବୀ, ଦୌଡର ପ୍ରାୟୋଜକ ସିକୁ୍ୟଡ୍ସଟ୍, ଉଡ୍ଲ୍ୟାଣ୍ଡ ଓଡ଼ିଶା ଏବଂ ଜିନ୍ଦଲ ଷ୍ଟିଲ୍କୁ ଧନ୍ୟବାଦ ଦିଆଯାଇଥିଲା ।