ଧନୁଯାତ୍ରା କମିଟି ପକ୍ଷରୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ବରଣ 

 ସମ୍ବଲପୁର:  ସମ୍ବଲପୁରୀ ଧନୁଯାତ୍ରା କମିଟି ପକ୍ଷରୁ ଧନୁଯାତ୍ରା ନିମନ୍ତେ ଶ୍ରୀକୃଷ୍ଣ ଓ ବଳରାମ ବରଣ ସମ୍ପନ୍ନ ହୋଇଛି । ଛତାବରର ଦୁଷ୍ମନ୍ତ ପଣ୍ଡା ଓ ପୁଷ୍ପାଞ୍ଜଳି ପଣ୍ଡାଙ୍କ ପୁତ୍ର ଓମ ସାଇରାମ ପଣ୍ଡାଙ୍କୁ ଶ୍ରୀକୃଷ୍ଣ ଅଭିନେତା ଭାବେ ବରଣ କରାଯାଇଥିଲା  । ଏଥିରେ କମିଟିର ସଭାପତି ସଞ୍ଜୟ ବାବୁ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପଣ୍ଡିତ ସୁବ୍ରତ ପୁରୋହିତ ପୂଜକ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ସେହିପରି ଟିହିକିପାଲିର ଅଶୋକ ଡନସନା ଓ ଅହଲ୍ୟା ଡନସନାଙ୍କ ପୁତ୍ର ସତ୍ୟବ୍ରତଙ୍କୁ ବଳରାମ ଭୂମିକା ନିମନ୍ତେ ବରଣ କରାଯାଇଥିଲା । ଏଥିରେ କମିଟିର କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା କର୍ତ୍ତା ଓ ପଣ୍ଡିତ ପଦ୍ମ ଲୋଚନ ପୁରୋହିତ ପୂଜକ ଦାୟିତ୍ୱ ତୁଲାଇଥିଲେ । ସୂଚନା ଯୋଗ୍ୟ ଯେ, ଏହି ଧନୁଯାତ୍ରା ସକାଶେ ଟାଉନ ହଲ ପଡିଆକୁ ମଥୁରାପୁର ଓ ମହାନଦୀ ଅପରପାର୍ଶ୍ୱ ଚାଉଁରପୁରକୁ ଗୋପପୁରର ରୂପ ଦିଆଯିବ  ।