ରାଜକନିକାରେ ବାଲ୍ୟ ବିବାହ ପ୍ରତିଜ୍ଞା ଅଭିଯାନ

 ରାଜକନିକା: ରାଜକନିକା ବ୍ଲକ୍ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟରେ ବାଲ୍ୟ ବିବାହ ପ୍ରତିଜ୍ଞା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନର ମୂଳ ଲକ୍ଷ୍ୟ ବାଲ୍ୟ ବିବାହ ନିରାକରଣ ଓ କୈଶୋର ସଶକ୍ତିକରଣ ନିମନ୍ତେ ପ୍ରତିଜ୍ଞା କରିବାର ଅଭିଯାନ । କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସଚେତନଧର୍ମୀ ଅଭିଯାନରେ ସୁପରଭାଇଜର ବାସନ୍ତୀ ପରିଡା , ଚିତ୍ରକଳା ଜେନା, ପ୍ରଶାନ୍ତ ମହାରଣା, ଡୁଲି ହେମ୍ରମ, ବିଦୁ୍ୟତପ୍ରଭା ଅଧିକାରୀ, ପ୍ରଭୁପାଦ, ବୈଦେହୀ ବେହେରା, ସ୍ନେହଲତା ସେଠୀ, ସବିତା ସାମଲ, ମାନସ ଦାସ, ଶିଶିର ବଳ, କାଜଲ ଦାସ, ମୋନାଲିଶା ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହ, ଲିଙ୍ଗଗତ ଭେଦଭାବ, ଜାତିଗତ ଭେଦଭାବ ପ୍ରମୁଖ ପ୍ରସଙ୍ଗ ଉପରେ ଏକ ସଚେତନଧର୍ମୀ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଗତ ୬ ତାରିଖରୁ ଆରମ୍ଭ ହୋଇ ୨୬ତାରିଖ ଯାଏ ଚାଲିବ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ କିଶୋରୀ ବାଳିକା ,ଅଙ୍ଗନବାଡି କର୍ମୀ,ମିଶନ ଶକ୍ତି ଓ ଜୀବିକା ମିଶନର ବହୁ କର୍ମୀ ସାମିଲ ରହିଥିଲେ ।