କୁକର୍ମକାରୀକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର: କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ କୁକର୍ମ ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଗ୍ରାମ ତଳବାରୁଡା ସାହିର ଅଭିଯୁକ୍ତ ଦିଲ୍ଲୀପ କୁମାର ମହାକୁଡ(୨୧) କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆସାମୀ ବିଜୟ କୁମାର ମହାକୁଡ ଜଣେ ୧୬ ବର୍ଷିୟା ଆଦିବାସୀ ନାବାଳିକାକୁ ୨୦୧୫ ମସିହାରେ ବାରମ୍ବାର କୁକର୍ମ କରି ୯ ମାସର ଗର୍ଭବତୀ କରିଥିଲା । ନାବାଳିକାର ପରିବାର ଲୋକ ଏହା ଜାଣିବା ପରେ ତା ୨୫ା୪ା୨୦୧୫ ରିଖ ଦିନ ପୀଡିତାର ପରିବାର ଲୋକ ପୀଡିତାକୁ ଆସାମୀ ଘରେ ଛାଡିବାକୁ ଯାଇଥିଲେ । ସେଠାରେ ଆସାମୀର କକା ଗୋବିନ୍ଦ ମହାକୁଡ ପୀଡିତାକୁ ମାରପିଟ କରି ଓ ଧମକ ଦେଇ ବାହାର କରି ଦେଇଥିଲେ । ଏଥିନିମନ୍ତେ ପୀଡିତା କାଞ୍ଜିପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ୨୮ା୪ା୨୦୧୫ ତାରିଖରେ କାଞ୍ଜିପାଣି ଥାନା କେଶ ନଂ ୧୩/୧୫ ରେ ମକଦ୍ଦମା ରୁଜୁ କରି ଦଫା ୩୨୩/୫୦୬ ରେ ଆସାମୀ ଗୋବିନ୍ଦ ଓ ୩୨୩/୫୦୬/୩୭୬(୨)(ସ) ଏବଂ ୬ ପକ୍ସୋ ଓ ଏସ୍ସି ଆଣ୍ଡ ଏସ୍ଟି ପିଏ ଆକ୍ଟ ଦଫା ୩(୨) (ଙ୍ଖ)ରେ ଆସାମୀକୁ ୨୯ା୪ା୨୦୧୫ ରେ କୋର୍ଟ ଚାଲାଣ କରିଥିଲେ । ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୬ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି ଆସାମୀ ଗୋବିନ୍ଦକୁ ନିଦେ୍ର୍ଦାଷରେ ଖଲାସ କରିବା ସହ ମୁଖ୍ୟ ଆସାମୀ ଦିଲ୍ଲୀପ ମହାକୁଡକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ଏକବର୍ଷ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡିତାକୁ ୮ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।