ରାହୁଲ-ରାଜନାଥ ସଂସଦ ସାମ୍ନାରେ ମୁହାଁମୁହିଁ
ନୂଆଦିଲ୍ଲୀ : ଚଳିତ ସଂସଦ ଅଧିବେଶନରେ କଂଗ୍ରେସ କ୍ରମାଗତ ଭାବରେ ସରକାରଙ୍କୁ ଘେରିବାରେ ଲାଗିଛି। କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ବି ଅନେକ କଂଗ୍ରେସ ନେତା ଏହି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ସଂସଦ ବାହାରେ ବିରୋଧ ପ୍ରଦର୍ଶନବେଳେ କଂଗ୍ରେସ, ଏନଡିଏ ଏମପି ଓ ମନ୍ତ୍ରୀମାନଙ୍କୁ ଗୋଲାପ ଓ ତ୍ରିରଙ୍ଗା ପ୍ରଦାନ କରୁଛନ୍ତି। ଏହି ସମୟରେ ଏକ ବିଶେଷ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦ ଭିତରକୁ ପ୍ରବେଶ କରୁଛନ୍ତି ଏହି ସମୟରେ ରାହୁଲ ହଠାତ୍ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ଦୃଶ୍ୟ କିଛି ସମୟ ପାଇଁ ରୋଚକ ପରିସ୍ଥିତି ଦେଖିବାକୁ ମିଳିଥିଲା।
ରାଜନାଥ ସିଂ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ଗାନ୍ଧୀ ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ସିଂ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ଭାଜପା ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
