୨୬ରୁ ଏବିଭିପିର ରାଜ୍ୟ ଅଧିବେଶନ
କଟକ: ଚଳିତବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଅଧିବେଶନ ରୋପ୍ୟନଗରୀ କଟକରେ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର ୨୬ରୁ ୩ ଦିନ ଧରି ଏହି ଅଧିବେଶନ ଅନୁଷ୍ଠିତ ହେବ । ସାରା ଓଡିଶାର ଛାତ୍ର ଏବଂ ଯୁବ ସମାଜ ପାଇଁ ଯୋଜନା ଓ ଛାତ୍ର ଆନେ୍ଦାଳନ ପାଇଁ ସୁରୂପ ନିର୍ଦ୍ଧାରଣ କରିବେ ଏବିଭିପିର କାର୍ଯ୍ୟକର୍ତ୍ତା । ସାରା ଓଡିଶାରୁ ୨୦୦୦ରୁ ଊଦ୍ଧ୍ୱର୍ ଛାତ୍ର ନେତା ଓ ନେତ୍ରୀ ଓ ଅଧ୍ୟାପକ ଏହି ଅଧିବେଶନରେ ଯୋଗ ଦେବେ । ବାଜି ରାଉତଙ୍କ ଜନ୍ମ ସ୍ଥାନରୁ ଏକ ସ୍ୱାଭିମାନ ଜାଗରଣ ଯାତ୍ରା ଢେଙ୍କାନାଳରୁ ଆରମ୍ଭ ହୋଇ ସାରା ଓଡିଶା ବୁଲି ୨୫ ତାରିଖରେ କଟକରେ ପହଞ୍ଚିବ । ଏଥି ନିମନ୍ତେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂପାଦକ ଅରଜିତ ପଟ୍ଟନାୟକ ଏହି ପ୍ରେସ ବାର୍ତ୍ତାକୁ ସମ୍ବୋଧନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମ ସୁନ୍ଦର ସାହୁ, ରାଜ୍ୟ ସହ ସଂପାଦକ ଅଭିରାମ ଲେଙ୍କା, ଛାତ୍ର ନେତା ମୁସ୍କାନ ରାୟ ଓ ବିଷ୍ଣୁ ପ୍ରସାଦ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।