ବିଜୟ ମହାପାତ୍ରଙ୍କ ନୀଳଗିରି ଗସ୍ତ 

ଜନତା ଦଳର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ମହାପାତ୍ର ମୟୂରଭଞ୍ଜକୁ ଏକ ଉଦ୍ଘାଟନୀ ସଭାକୁ ଯିବା ବେଳେ ନୀଳଗିରି ବ୍ଲକ ଜଡିÿବାଲି ସ୍ଥିତ ବିଟୁସାହି ଗ୍ରାମର ରମେଶ ଚନ୍ଦ୍ର ବାରିକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ବାରିପଦାକୁ ଗସ୍ତ କରିଥିଲେ । ଏକ ବିଶେଷ ମୁହୂର୍ତ୍ତ ସାକ୍ଷାତକାରରେ ଓଡିଶା ରାଜନୀତି ଅବସ୍ଥା ଭଲ ନାହିଁ ବୋଲି ସେ କହିଛନ୍ତି । ବିଶେଷ କରି ଶ୍ରୀଯୁକ୍ତ ମହାପାତ୍ର ବିଜୁ ପଟ୍ଟନାୟକ କ୍ୟାବିନେଟରେ ୧୯୯୦ ରୁ ୯୫ ମସିହା ପର୍ଯ୍ୟନ୍ତ ଉଠା ଜଳସେଚନ ବିଭାଗର ମନ୍ତ୍ରୀ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରୁ  ୧୯୮୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଚାରି  ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଜନତାଙ୍କ ସୁଖ ଦୁଃଖରେ ଭାଗିଦାର ହୋଇଥିଲେ । ଏବେ କୌଣସି ଦଳରେ କାର୍ଯ୍ୟ କରୁନଥିବା ବେଳେ ଆଗାମୀ ଭବିଷ୍ୟତରେ କୌଣସି ଦଳରୁ ଡାକରା ଆସିଲେ, ନିଶ୍ଚିତ ଭାବେ ଚିନ୍ତା କରିବେ ବୋଲି କହିଥିଲେ । ଆଜି ଏହି ଗସ୍ତ ବେଳେ ତାଙ୍କ ସହିତ ପୂର୍ବତନ ସାଂସଦ, ରବି ନାରାୟଣ ପାଣି ଓ ସହକର୍ମୀ ଉପସ୍ଥିତ ଥିଲେ ।