ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଜଟଣୀ: ଜଟଣୀ କଲେଜର ରାଜନୀତିବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ଡ. ରାଜୀବ କରଙ୍କ ପୌରହିତ୍ୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଏବଂ +୩ ପ୍ରଥମ ବର୍ଷଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. କର ଦୀର୍ଘ ୧୯୯୭-୯୮ ମସିହାରେ ରାଜନୀତିବିଜ୍ଞାନ ଅନର୍ସ ବିଭାଗର ଗୌରବମୟ ଇତିହାସର ସ୍ମୃତିଚାରଣ କରିବା ସଂଗେ ସଂଗେ ପୁରାତନ ଛାତ୍ରଛାତ୍ରୀଙ୍କ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ନେଇ ପ୍ରଶଂସା କରିଥିଲେ । ପୁରାତନ ଛାତ୍ର ଆଇନଜୀବୀ ପ୍ରସନ୍ନ କୁମାର ମହାନ୍ତି, ବାଉରିବନ୍ଧୁ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ମୋହନ ପରିଡା, ପୂର୍ବତଟ ରେଳବାଇ ଗାର୍ଡ ପ୍ରଦୁ୍ୟମ୍ନ ଜେନା, ଜଟଣୀ କଲେଜ ଲାଇବ୍ରେରିଆନ୍ ଅମିନ ରାଉତ, ସମାଜସେବୀ ଅଶୋକ ସାହୁ ଓ ଜ୍ୟୋତିଶଙ୍କର ପଟ୍ଟନାୟକଙ୍କୁ ଉପଢୌକନ ସହିତ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ ନୂତନ ଛାତ୍ରଛାତ୍ରୀଙ୍କୁ ପୁରାତନ ଛାତ୍ରଛାତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଲେଜର ସୁନାମ ରଖିବା ପାଇଁ ଉପଦେଶ ଦେଇଥିଲେ । ଅଧ୍ୟାପିକା ଶାନ୍ତିଲତା ସାହୁ, ଅଧ୍ୟାପକ ଦୀପସୁନ୍ଦର ବେହେରା, ଇଂରାଜୀ ବିଭାଗ ଅଧ୍ୟାପକ ଅନୀଲ ନନ୍ଦ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପାଠଚକ୍ର ସମ୍ପାଦକ ସତ୍ୟସନ୍ଧାନ ପରିଡା, ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା ପାହଳ, ରାଜୀବ ସାହୁ, ଅର୍ଚ୍ଚିତା ସିଂ, ଅଭିରାମ ପରିଡା ପରିଚାଳନା କରିଥିଲେ । ଶେଷରେ ପାଠଚକ୍ର ସମ୍ପାଦକ ସତ୍ୟସନ୍ଧାନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।