ଧାନମଣ୍ଡି ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

 ନୀଳଗିରି: ରାଜ୍ୟ ସରକାର ଚାଷୀଙ୍କ ପାଇଁ ଚଳିତ ବର୍ଷ ୮୦୦ଶହ ଟଙ୍କା ଇନ୍ପୁଟ ଘୋଷଣା କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ମାତ୍ର ସରକାର ଏଯାବତ୍ ନୀଳଗିରି ଉପଖଣ୍ଡରେ ଧାନମଣ୍ଡି ନ ଖୋଲିବା ଯୋଗୁଁ ଚାଷୀମାନେ ୧୬୦୦-୧ ୭୦୦ଟଙ୍କା ଦରରେ ବେପାରୀଙ୍କୁ ବିକ୍ରି କରି ଦେଉଛନ୍ତି । ଯାହାଫଳରେ ଚାଷୀମାନଙ୍କ ଆର୍ଥôକ ମାନଦଣ୍ଡ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି । ତୁରନ୍ତ ଧାନମଣ୍ଡି ଖୋଲିବା ପାଇଁ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓଡ଼ିଶାର  ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।