ପ୍ରେମିକାକୁ ଖଣ୍ଡଖଣ୍ଡ କରି ହତ୍ୟା କଲା ପ୍ରେମିକ

ପ୍ରେମିକାକୁ ଖଣ୍ଡଖଣ୍ଡ କରି ହତ୍ୟା କଲା  ପ୍ରେମିକ

 ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ପ୍ରେମିକ । ଝାରସୁଗୁଡ଼ାରେ ହତ୍ୟା ପରେ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ମୃତ ଶରୀରର ଖଣ୍ଡ । ଏଭଳି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ରାଉରକେଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ପିଶାଚ ପ୍ରେମିକ । ଝାରସୁଗୁଡ଼ାରେ ହତ୍ୟା ପରେ ନାବାଳିକାଙ୍କ ମୃତ ଶରୀରର କିଛି ଅଂଶ ରାଉରକେଲାରୁ ମିଳିଛି । ବ୍ରାହ୍ମଣୀ ନଦୀ ବାଲୁଘାଟ ନିକଟରୁ ମିଳିଛି ଶରୀରର ମୁଣ୍ଡ ବିହୀନ ଅଣ୍ଟା ଭାଗ । ସେହିପରି ଗାଡ଼ିଆ ଟୋଲା ନିକଟରୁ ମିଳିଛି ଗୋଡ଼ର କିଛି ଅଂଶ । ଝାରସୁଗୁଡ଼ା, ରାଉରକେଲା ପୋଲିସ ମିଳିତ ଭାବେ ତଦନ୍ତ କରୁଥିବାବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି । ଅଭିଯୁକ୍ତ ପ୍ରେମିକର ବୟାନ ଆଧାରରେ ଖଣ୍ଡ ବିଖଣ୍ଡିତ ମୃତଦେହ ଖୋଜୁଛି ପୋଲିସ । ଅଭିଯୁକ୍ତ ପ୍ରେମିକ ନାଁ କୁନା କିଷାନ । 

ସୂଚନା ଅନୁସାରେ ମୃତ ଯୁବତି ସୁନ୍ଦରଗଡ଼ର । ୨୦୧୮ ମସିହାରେ କୁନା କିଷାନ ଓ ମୃତ ଯୁବତୀଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ସେତେବେଳେ ଯୁବତୀ ଜଣଙ୍କ ନାବାଳିକା ଥିଲେ । ୨୦୨୩ ମସିହାରେ ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିଲେ ପ୍ରେମିକା । ପୋକ୍ସୋ ଆକ୍ଟରେ ମାମଲା ହୋଇ ଅଭିଯୁକ୍ତ ଜେଲ୍ ଯାଇଥିଲେ । ଆଉ ଏବେ ୧୫ ଦିନ ତଳେ ଜେଲରୁ ମୁକୁଳିଥିଲେ କୁନା । ତେବେ ଜେଲରୁ ବାହାରିବା ପରେ ପ୍ରତିଶୋଧ ନେବା ପାଇଁ ଝାରସୁଗୁଡ଼ାରେ ମାଉସୀ ଘରେ ଥିବା ପ୍ରେମିକା ପାଖରେ ପହଞ୍ଚିଥିଲା । ସେଠାରେ ତାକୁ ହତ୍ୟା କରିବା ପରେ ମୃତ ଦେହକୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କାଟି ରାଉରକେଲାର ବିଭିନ୍ନ ସ୍ଥାନରେ ପିଙ୍ଗିଛି ଜହ୍ଲାଦ। ଝାରସୁଗୁଡ଼ା ଥାନାରେ ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ।