ଉକôଳ ଫାଉଣ୍ଡେସନର ତୃତୀୟ ବାର୍ଷିକ ଉସôବ 


ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉକôଳ ଫାଉଣ୍ଡେସନର ତୃତୀୟ ବାର୍ଷିକ ଉସôବ ରବିବାର  ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଛି ।ଏହି ଉସôବରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜବି ମଲ୍ଲିକ ଏବଂ ବାସୁଦେବପୁର ବିଧାୟକ ତଥା ଭଦ୍ରକ ଜିଲ୍ଲା ସଭାପତି ଅଶୋକ କୁମାର୍ ଦାସ ପ୍ରଦୀପ ପ୍ରଜ୍ୱଳନ ଉଦଘାଟନ କରିଥିଲେ । ଏହି ଉସôବରେ ନିତ୍ୟାନନ୍ଦ ରାଉତଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା  । 
ସମ୍ମାନିତ ଅତିଥି ଭାବେ ବଦ୍ରିନାରାୟଣ ଧଳ, ପ୍ରଦୁ୍ୟମ୍ନ ଜେନା ଯୋଗ ଦେଇଥିଲେ, ମୁଖ୍ୟ ଆକର୍ଷଣ ସମ୍ବନ୍ଧିତ ଅତିଥି ଓଡ଼ିଆ ସିନେ ତାରକା ଅଶ୍ରୁମୋଚନ ମହାନ୍ତି ଯୋଗଦେଇଥିଲେ । ଅନ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଜିଲ୍ଲା ପରିଷଦ ଲକ୍ଷ୍ମୀଧର ସାହୁ ପୂର୍ବତନ ଜିଲ୍ଲାପରିଷଦ ସବିତା ଚନ୍ଦ ଓ ସ୍ଥାନୀୟ ସରପଞ୍ଚ ବର୍ଷା ରାଣୀ ଜେନା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଉକôଳ ଫାଉଣ୍ଡେସନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଉକôଳ ଫାଉଣ୍ଡେସନର ପ୍ରତିଷ୍ଠାତା ତ୍ରିଲୋଚନ ଦାଶ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିବା ବେଳେ ସଂଗଠନର ସଭାପତି ଅଜିତ୍ କୁମାର ପତି, ଉପଦେଷ୍ଟା, ନଟବର ରାଉଳ, ମହେଶ୍ୱର ବେହେରା ଉପଢ଼ୌକନ ଓ ମାନପତ୍ର ଅତିଥି ମାନଙ୍କୁ ପ୍ରଦାନ କରିଥିଲେ । ସ୍ୱାଗତ ନୃତ୍ୟ ଉକôଳ କମ୍ପୁ୍ୟଟରର ଛାତ୍ରୀ ମାନେ କରିଥିବାବେଳେ ମଞ୍ଚୁରୀ ଶାରଦା ବିଦ୍ୟାମନ୍ଦିରର କୁନି କୁନି ଛାତ୍ରୀମାନେ ଆକର୍ଷଣ ନୃତ୍ୟ ପରିବେଷଣ କରି ମାନପତ୍ର ଉପହାର ରୂପେ ପାଇଥିଲେ  । ଉକôଳ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ୩୦ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ମାନକୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯିବ ସହ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ, ଶିକ୍ଷାବିତ୍, ସମାଜସେବୀ, ଜୁଡୋକରାଟି ଓ ଜାତୀୟ କ୍ରିଡାବିତ୍ ରାଖାଲ ସେଠି, ପ୍ରତିଭା ମାନଙ୍କୁ ଉକôଳ ଶ୍ରୀ ସେବା ସମ୍ମାନରେ ୨୦୨୪ରେ ସମ୍ବର୍ଦ୍ଧନା କରାଯାଇଥିଲା  । ଉକôଳ ଫାଉଣ୍ଡେସନର ସମସ୍ତ ସଦସ୍ୟ ମାନେ ନିଜକୁ ଉସôର୍ଗ କରି ସେବା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିବା ହେତୁ ଉକôଳ ଫାଉଣ୍ଡେସନର ସମସ୍ତ ସଦସ୍ୟମାନଙ୍କୁ ଉପଢୌକନ ସହ ମର୍ଯ୍ୟାଦା ମାନପତ୍ର ପ୍ରଦାନ କରାଯାଇ ଥିଲା  । 
ସର୍ବଶେଷରେ ଉକôଳ ଫାଉଣ୍ଡେସନର ବ୍ଳକ ସଂଯୋଜକ ନିତ୍ୟାନନ୍ଦ ଜେନା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ ଉସôବକୁ ଉକôଳ ଫାଉଣ୍ଡେସନର ସମ୍ପାଦକ ହିମାଂଶୁ ଶେଖର ଜେନା, ସହ ସଂଯୋଜକ ଜ୍ୟୋତିରଂଜନ ମହାପାତ୍ର, ଭାଗବତ ରାଉତ, ପ୍ରଦୀପ ଧଳ, ନିଶିକାନ୍ତ ସାମଲ, ସତ୍ୟରଞ୍ଜନ ସାମଲ, ସତ୍ୟରଞ୍ଜନ ରାଏ, ସୌମ୍ୟରଞ୍ଜନ ସାହୁ, ବିନୋଦ ବାରିକ୍, ନୀଳମଣି ସାହାଣୀ, ଦୀପକ୍ ମଲ୍ଲିକ, ଯଯାତି କେଶରୀ ମଲ୍ଲିକ, ଆକାଶ ସାହୁ, ଅଭୟ ରାଉତ, କୁଶ୍ୱଧୋଜ ସେଠୀ ଉକôଳ କମ୍ପୁ୍ୟଟରର ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ ।