ଜୟସିଂ ମହାପାତ୍ରଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ
ରାଜନଗର: ରାଜନଗର ବ୍ଲକ ସଦର ମହକୁମାରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଶିକ୍ଷାବିତୟ, ସାମ୍ବାଦିକ ଜୟସିଂ ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜୟସିଂ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ସଭାପତି ଶିକ୍ଷାବିତ୍ ଶରତଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ନିଳମଣୀ ଲେଙ୍କା, ମୁଖ୍ୟବକ୍ତା ବାଣିଜ୍ୟକର ଯୁଗ୍ମ କମିଶନର ଡ. ପଦ୍ମଲୋଚନ ରାଉତ, ସମାଜସେବୀ କୃପାସିନ୍ଧୁ ସାମଲ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଗତ ମାଟ୍ରିକ୍ ପରୀକ୍ଷାରେ ବ୍ଲକ୍ରେ ସର୍ବୋଚ୍ଚ ନମ୍ବର ରଖିଥିବା ଦେବୀ ପ୍ରସାଦ ରଥ, ପ୍ରଶାନ୍ତ ମଣ୍ଡଳ ଓ ଆକାଶ ମହାନ୍ତିଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ଫଳକ ସହ ଯଥାକ୍ରମେ ୭ହଜାର, ୫ହଜାର ଓ ୩ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସଂସ୍କୃତ ମଧ୍ୟମା ପରୀକ୍ଷାରେ ବ୍ଲକ୍ରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁକାନ୍ତ ସାମଲଙ୍କୁ ପୁଷ୍ପଗୁଛ, ଫଳକ ସହ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଭବାନୀପ୍ରସାଦ ମହାପାତ୍ର ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, କବି ଅଭିରାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜଗନ୍ନାଥ ଦାସ ଟ୍ରଷ୍ଟର ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ତନୁଶ୍ରୀ ମିଶ୍ର ମାନପତ୍ର ପାଠ କରିଥିଲେ । ସ୍ୱର୍ଗତ ମହାପାତ୍ରଙ୍କ କର୍ମଭୂମୀ ଥିବା ଶୈ÷ଳେନ୍ଦ୍ର ନାରାୟଣ ସଂସ୍କୃତ କଲେଜରେ ମିନିପାର୍କ ପାଇଁ ତାଙ୍କ ନାମରେ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଟ୍ରଷ୍ଟର ରବିନାରାୟଣ ମହାପାତ୍ର, ଧିରେନ୍ଦ୍ର ମହାପାତ୍ର, ସତୀଶଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହ ଟ୍ରଷ୍ଟର ସଦସ୍ୟମାନେ ପରିଚାଳନା କରିଥିଲେ ।